ମେଲବର୍ଣ୍ଣ(ଏଟିଆର ବ୍ୟୁରୋ): ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ତେବେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପ ଫାଇନାଲରେ ଆଷ୍ଟ୍ରେଲିଆକୁ ଭେଟିଥିଲା । ଉଦଘାଟନି ମ୍ୟାଚରେ ଭାରତ ମହିଳା ଦଳ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହା ପରେ ୩ଟି ମ୍ୟାଚ ଭାରତ ଜିତି ଯାଇ ସେମିଫାଇନାଲରେ ପହଞ୍ଚିଥିଲା । ସେମିଫାଇନାଲ ମ୍ୟାଚ ଇଂଲଣ୍ଡ ସହ ଥିଲା । ହେଲେ ବର୍ଷା ଯୋଗୁ ମ୍ୟାଚକୁ ବାତିଲ କରାଯାଇଥିଲା । ଆଇସିସି ନିୟମ ଅନୁଯାଇ ଭାରତୀୟ ମହିଳା ଦଳକୁ ଫାଇନାଲରେ ପ୍ରବେଶ କରାଯାଇଥିଲା ।
ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଆଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ଓଭରରେ ଅଷ୍ଟ୍ରେଲିଆ ୧୮୪ ରନ କରି ୪ଟି ୱିକେଟ ହରାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବି.ଏଲ ମୋନି ୫୪ଟି ବଲ ଖେଳି ସର୍ବାଧିକ ୭୮ ରନ କରିଥିଲେ । ସେହିପରି ଏଜେ ହ୍ୟାଲି ୩୯ଟି ବଲ ଖେଳି ୭୫ ରନ କରିଥିଲେ । ଭାରତୀୟ ଦଳ ପକ୍ଷରୁ ଦିପ୍ତୀ ଶର୍ମା ୨ଟି ୱିକେଟ, ପୁନମ ୟାଦବ ଓ ରାଧା ୟାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତୀୟ ଦଳ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୩୩ ରନ କରିଥିଲେ ।
ତେବେ ୧୮୪ ରନର ଟାର୍ଗଟେକୁ ପିଛା କରି ଭାରତୀୟ ମହିଳା ଦଳ ପଡିଆକୁ ଓହ୍ଲାଇଥିଲା । ବ୍ୟାଟିଂ ଆରମ୍ଭରୁ ହିଁ ଭାରତୀୟ ଦଳକୁ ଝଟକା ଲାଗିଥିଲା । ଭାରତୀୟ ମହିଳା ଦଳ ୧୯.୧ ଓଭର ଖେଳି ୯୯ ରନ କରିପାରିଥିଲା । ଫଳରେ ୮୫ ରନ ବ୍ୟବଧାନରେ ଅଷ୍ଟ୍ରେଲିଆ ମହିଳା ଦଳ ଜିତି ଯାଇଥିଲା । ଅଷ୍ଟ୍ରେଲିଆ ଦଳର ଏ. ହ୍ୟାଲି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି ।