ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସହିତ ବିବାଦ ମଧ୍ୟରେ ଏବେ ଚୀନ୍ କୁ ଚାରିଆଡୁ ଝଟକା ଲାଗୁଛି । ପ୍ରଥମେ ଆମେରିକା ପକ୍ଷରୁ ହ୍ୟୁଷ୍ଟନ ସ୍ଥିତ ଚୀନ୍ ବାଣିଜ୍ୟ ଦୂତାବାସକୁ ବନ୍ଦ କରାଗଲା, ଏବେ ପୁଣି ଋଷ ଘୋଷଣା କରିଛି କି ଚୀନ୍ କୁ ଦେବାକୁ ଥିବା ଏସ ୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ ଉପରେ ଜରୁରୀକାଳୀନ ରୋକ୍ ଲଗାଇଛି ।
ଏସ୪୦୦ ହେଉଛି ଉନ୍ନତ ପ୍ରଣାଳୀ ବିଶିଷ୍ଟ ମିଶାଇଲ ସିଷ୍ଟମ । ଯେଉଁଥିରେ ପୃଷ୍ଠ ଭାଗରୁ ପବନ ଦ୍ୱାରା ମାରିବାର କ୍ଷମତା ରହିଛି । ଏହି ଡେଲିଭରି ଉପରେ ଋଷ ରୋକ ଲଗାଇବା ସହ କହିଛି କି, ଭବିଷ୍ୟତରେ ଏସ୪୦୦ ଡେଲିଭରୀକୁ ନେଇ ସ୍ଥିତି ନିର୍ଦ୍ଧାରିତ କରାଯିବ ।
ଏନେଇ ଚୀନ୍ ମିଡିଆ ସୂତ୍ରରୁ ଋଷ ମିଡିଆ ଏଜେନ୍ସିକୁ ରିପୋର୍ଟ ଦିଆଯାଇଛି । ଏଥର ଋଷ ଘୋଷଣା କରିଛି କି ସେ ଏସ୪୦୦ ମିସାଇଲ ସିଷ୍ଟମକୁ ଚୀନ୍ କୁ ଦେବା ଉପରେ ରୋକ ଲଗାଉଛି ।