ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଭାରତର ହଜାର ହଜାର ଲୋକ ବିଭିନ୍ନ ଦେଶକୁ ନିଜର କର୍ମଭୂମି ଭାବେ ବାଛି ନେଇଛନ୍ତି । ବିଦେଶରେ କାମ କରୁଥିବା ଭାରତୀୟ ପୁଣି ବିଦେଶରୁ ଭାରତକୁ ଟଙ୍କା ପଠାଇବାରେ ଶୀର୍ଷରେ ରହିଛନ୍ତି । ବିଶ୍ୱ ବ୍ୟାଙ୍କ ଦେଇଥିବା ରିପୋର୍ଟ ଅନୁସାରେ ଭାରତୀୟ ଦୁନିଆର ଅନ୍ୟଦେଶ ତୁଳନାରେ ଭାରତୀୟ ମାନେ ଅଧିକ ଟଙ୍କା ବିଦେଶରୁ ଦେଶକୁ ପଠାଇଛନ୍ତି ।
ବିଦେଶରେ ରହୁଥିବା ଭାରତଙ୍କ ସଂଖ୍ୟା କହିବା ଅସମ୍ଭବ । କାରଣ ଭାରତ ବିଦେଶ ମନ୍ତ୍ରଣାଳୟ କେବଳ ପ୍ରବାସୀ ଭାରତୀୟ ଇମିଗ୍ରେସନ ଜାଞ୍ଚ ଲୋକ ମାନଙ୍କ ସଂଖ୍ୟା ଗଣିଥାଏ । ସୂଚନାଯୋଗ୍ୟ ୧୯୯୦ ମସିହା ଠାରୁ ବିଦେଶରୁ ଭାରତକୁ ଟଙ୍କା ପଠାଇବା ମାମଲାରେ ଭାରତ ସବୁଠାରୁ ଆଗରେ ରହି ଆସୁଛି ।
ଏହି ତାଲିକାର ଶୀର୍ଷରେ ଭାରତ ରହିଥିବା ବେଳେ ୨ୟରେ ଚୀନ ରହିଛି । ତେବେ ଜାଣି ରଖନ୍ତୁ ପ୍ରମୁଖ ଦେଶରେ ରହୁଥିବା ଭାରତୀୟଙ୍କ ସଂଖ୍ୟା, ଆମେରିକା- ୨୪ ଲକ୍ଷ, ୟୁଏଇ- ୩୧ ଲକ୍ଷ, ମାଲେସିଆ-୨୯ ଲକ୍ଷ, ସଉଦି ଆରବ- ୨୮ ଲକ୍ଷ, ମିଆଁମାର – ୨୦ ଲକ୍ଷ ଲୋକ ରହିଛନ୍ତି ।