ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକା ଦେଲା ଭାରତକୁ ଝଟକା । ତନିଦିନିଆ ବ୍ରିଟେନ ଗସ୍ତରେ ଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଭାରତର ଜଳବାୟୁ ବହୁତ ପ୍ରଦୂଷଣ, ଏମିତିକି କିଛି ଏମିତି ସହର ରହିଛି ଯେଉଁଠିକି ଗଲେ ମଣିଷକୁ ନିଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ଅନୁଭବ ହୋଇଥାଏ ବୋଲି ସେ କହିଛନ୍ତି । ଟ୍ରମ୍ପ ଏକ ଟିଭି ଇଣ୍ଟରଭ୍ୟୁକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ଜଳବାୟୁ ପରିବତ୍ତନ ପ୍ରସଙ୍ଗକୁ ନେଇ କରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏହି କଥା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଚୀନ, ଭାରତ ଓ ରୁଷର ଜଳବାୟୁ ସବୁଠୁ ଅଧିକ ପ୍ରଦୂଷିତ । ସେ ଜୋର ଦେଇ କହିଛନ୍ତି ଆମେରିକାରେ ସବୁଠାରୁ ସ୍ୱଚ୍ଚ ଜଳବାୟୁ । ଏହି ତିନି ଦେଶରେ ନାଁ ଭଲ ପବନ ଅଛି ନାଁ ଅଛି ସୁଦ୍ଧ ପାଣି ଅଛି ବୋଲି ସେ କହିଛନ୍ତି । ଦୀର୍ଘ ଦେଢ ଘଣ୍ଟା ଧରି ହାଇଥିବା ଏହି ଆଲୋଚନାରେ ବେଶି ସମୟ ସେ ଜଳବାୟୁ ସ୍ୱଚ୍ଛ ଜଳବାୟୁ ସମ୍ପର୍କରେ କହିଛନ୍ତି ।
ସାରା ବିଶ୍ୱରେ ସ୍ୱଚ୍ଚ ଜଳବାୟୁ ଯେଉଁ ଦେଶ ମାନଙ୍କରେ ରହିଛି ସେଥିମଧ୍ୟରୁ ଗୋଟିଏ ଦେଶ ଆମେରିକା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଭାରତ, ଚିନ ଏବଂ ରୁଷ ଭଳି ଅନ୍ୟ କେତେକ ରାଷ୍ଟ୍ର ରହିଛନ୍ତି ଯେଉଁ ରାଷ୍ଟ୍ର ମାନଙ୍କର ଏଥି ପ୍ରତି ବିଶେଷ ଦୃଷ୍ଟି ନାହିଁ । ସୂଚନାଯୋଗ୍ୟ ଟ୍ରମ୍ପ ତିନି ଦିନିଆ ବିଦେଶ ଗସ୍ତରେ ଥିଲେ । ଟ୍ରମ୍ପ ଓ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ମୁଦ୍ଦା ନେଇ ହୋଇଥିବା ଆଲୋଚନାରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ମଧ୍ୟ ରହିଥିଲା ।