ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ସଂଙ୍କଟ ସମୟ ଦେଇ ଗତି କରୁଥିବା ବେଳେ ପାକିସ୍ତାନ ଏବେ ପରଚିନ୍ତାରେ ବୃସ୍ତ ରହିଛି । ନିଜ ଦେଶର ସ୍ଥିତିକୁ ଦୃଷ୍ଟି ଦେବା ପ୍ରତିବଦଳରେ ଭାରତ ଆଭ୍ୟନ୍ତରିଣ ମାମଲାରେ ମୁଣ୍ଡ ଖେଳାଉଛି । ଭାରତ କରୋନାକୁ ନେଇ ମୁସଲମାନ ସଂମ୍ପ୍ରଦାୟକକୁ ଦାୟୀ କରୁଛି ବୋଲି ପାକିସ୍ତାନ ଇମ୍ରାନ ଖାନ ଅଭିଯୋଗ କରି ଆସୁଛନ୍ତି । ଇମ୍ରାନ କହିଥିଲେ ଭାରତ କରୋନାକୁ ଆଳ କରି ମୁସଲମାନଙ୍କୁ ଟାର୍ଗେଟ କରୁଛି । ଏନେଇ ଏକ ଟ୍ୱିଟ ମଧ୍ୟ ଇମ୍ର୍ରାନ ଖାନ କରିଥିଲେ ।
The deliberate & violent targeting of Muslims in India by Modi Govt to divert the backlash over its COVID19 policy, which has left thousands stranded & hungry, is akin to what Nazis did to Jews in Gerrmany. Yet more proof of the racist Hindutva Supremacist ideology of Modi Govt.
— Imran Khan (@ImranKhanPTI) April 19, 2020
ଯାହାର କଡା ଜବାବ ଏବେ ଭାରତ ପକ୍ଷରୁ ଦିଆଯାଇଛି । ପାକିସ୍ତାନ ଦେଇଥିବା ଟିପ୍ପଣୀ ଦେଶରେ ଆଭ୍ୟନ୍ତରିଣ ଉତ୍ତେଜନା ସୃଷ୍ଟି କରିବା ଭଳି ଟିପ୍ପଣୀ । ଏନେଇ ବିଦେଶ ମନ୍ତ୍ରଣାଳୟ ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କୋଭିଡ ଭଳି ସଂଙ୍କଟମୟ ସମୟରେ ସଂକ୍ରମଣ ରୋକିବା ପାଇଁ କାମ କରିବା ବଦଳରେ ପଡୋଶୀ ଦେଶ କଥାରେ ମୁଣ୍ଡ ପୁରାଉଛି । ଯାହା ନିନ୍ଦନୀୟ ।