ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ୭୦୦ କୋଟି ଟଙ୍କା ସହାୟତା କୁ ମନା । କେରଳର ବନ୍ୟା ପ୍ରପୀଡିତ ଲୋକମାନଙ୍କ ସହାୟତା ପାଇଁ ୟୁଏଇ ତରଫରୁ ୭୦୦ କୋଟିର ସହାୟତା ରାଶିକୁ ନେବା ପାଇଁ ମନା କଲେ ଭାରତ ସରକାର । ନିଜସ୍ୱ ଅର୍ଥରେ ବନ୍ୟା ସ୍ଥିତିର ମୁକାବିଲା କରିବ ଭାରତ । କେରଳରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବହୁ ଜନଜୀବନ କ୍ଷତି ହୋଇଛି । କେରଳ ହୋଇଥିବା ବନ୍ୟା ପ୍ରଭାବରୁ ରାଜ୍ୟର ବହୁ କ୍ଷତି ଘଟିଛି । ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ , କେରଳ ପାଖାପାଖି ୨୫ ହଜାର କୋଟି ଟଙ୍କାର କ୍ଷତି ସହିଛି । ତେବେ କେରଳର ଏପରି ପରିସ୍ଥିତି ଦେଖି ଦେଶର ବିଭିନ୍ନ କୋଣ ଅନୁକୋଣରୁ ବହୁ ଅନୁଦାନ ଆସୁଥିବା ବେଳେ ବହୁ ରାଜ୍ୟ ସରକାର , ସାମାଜିକ ଅନୁଷ୍ଟାନ , ବେସରକାରୀ ସଂସ୍ଥା ତଥା ବ୍ୟକ୍ତିଗତ ସ୍ଥରରେ ମଧ୍ୟ କେରଳ କୁ ସାହାର୍ଯ୍ୟ ପ୍ରଦାନ କରାଯାଉଛି । ନିକଟରେ ୟୁଏଇ ପକ୍ଷରୁ କେରଳର ବନ୍ୟା ପ୍ରପୀଡିତ ମାନଙ୍କ ପାଇଁ ୭୦୦ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା ତେବେ ଭାରତ ସରକାରଙ୍କ ପକ୍ଷରୁ ୟୁଏଇ ଦେଉଥିବା ୭୦୦ କୋଟି ଟଙ୍କାର ସହାୟତା କୁ ନେବା ପାଇଁ ଅତି ବିନମ୍ର ଭାବେ ମନାକାରାଯାଇଛି । ଦେଶର ନିଜସ୍ୱ ଅର୍ଥରେ ବନ୍ୟା ସ୍ଥିତି ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ସେପଟେ ଦୀର୍ଘ ୧୫ ବର୍ଷ ଧରି ଘରୋଇ ବିପତ୍ତିର ମୁକାବିଲା ନିଜସ୍ୱ ଅର୍ଥରେ ଭାରତ କରିଆସୁଛି । ତେବେ ଏହି ନୀତି ଆଧାରରେ କେନ୍ଦ୍ର ସରକାର ସହାୟତା ନେବା ପାଇଁ ମନାକରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ,ପୁର୍ବରୁ ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟାରେ ବିପନ୍ନ ମାନଙ୍କ ପାଇଁ ବିଦେଶରୁ ସହାୟତା ରାଶି ଆସିଥିଲା କିନ୍ତୁ ତତ୍କାଳିନ ୟୁପିଏ ସରକାର ମଧ୍ୟ ସହାୟତାକୁ ପ୍ରତ୍ୟାଖାନ କରିଥିଲେ ।