ରାଜକୋଟ୍ (ଏଟିଆର ବ୍ୟୁରୋ ) : ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହୋଉଥିବା ଟେଷ୍ଟ ସିରିଜର ଦିତୀୟ ଦିନରେ ଭାରତର ଲଢ଼ୁଆ ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ଦବଦବା ଜାରୀ ରହିଛି । ଭାରତ ପ୍ରଥମ ପାଳିରେ ୯ ୱିକେଟ୍ ହରାଇ ୬୪୯ ରନରେ ପାଳି ଘୋଷଣା କରିଛି । ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ. ଏଲ୍ ରାହୁଲ ବିଫଳ ହୋଇଥିଲେ ମଧ୍ୟ ସାଥୀ ଡେବ୍ୟୁଡାଣ୍ଟ ଖେଳାଳୀ ପୃଥୀ ଶଙ୍କ ଦମଦାର ଶତକ ସାଙ୍ଗକୁ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଲରାଉଣ୍ଡର ଜାଡେଜାଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଏକ ବିଶାଳ ସ୍କୋର ଠିଆ କରିପାରିଛି ।
ଏହି ବିଶାଳ ପାହାଡ ସ୍କୋରକୁ ୱେଷ୍ଟଇଣ୍ଡିଜ ପାଇଁ ଡିନାମାଇଟ୍ ଭଳି ସ୍କୋର ଆବଶ୍ୟକ ହେଉଥିବାବେଳେ ୱେଷ୍ଟଇଣ୍ଡିଜର ଖେଳାଳୀମାନେ ଏହି ବିଶାଳ ସ୍କୋରକୁ ସାମ୍ନା କରି ଲହୁ ଲୁହାଣ ହୋଇ ଗଲେଣି । କାରଣ ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ ଦଳ ମାତ୍ର ୬୧ ରନ ସଂଗ୍ରହ କରି ନିଜର ୫ ଗୋଟି ୱିକେଟ ହରାଇ ସାରିଲାଣି । ସେପଟେ ଭାରତ ତରଫରୁ ସାମି ୨ ଗୋଟି ୱିକେଟ ଅକ୍ତିଆର କରିସାରିଥିବା ବେଳେ ୨ ସ୍ପିନର ଯଥା ଜାଡେଜା ଓ ଅଶ୍ୱିନ ଗୋଟିଏ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।