ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଡୋଶୀ ଦେଶ ବାଂଲାଦେଶ ସହିତ ସମ୍ପର୍କ ମଜବୁତ କରିବାରେ ଲାଗି ପଡିଛି ଭାରତ । ସେହିଅନୁଯାୟୀ ଭାରତ ଏବେ ବାଂଲାଦେଶ ନାଗରିକଙ୍କ ପାଇଁ ଭିସା ଜାରି କରିବାର ଅନୁମତି ଦେଇ ଦେଇଛି । ଏହା ସେହି ନାଗରିକଙ୍କ ପାଇଁ ଲାଭଦାୟୀ ହେବ ଯେଉଁମାନେ ପାଠପଢା ବା ମେଡିକାଲ ଉଦ୍ଦ୍ୟେଶରେ ଭାରତ ଯିବାକୁ ଚାହୁଁଛନ୍ତି । ଏନେଇ ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଭାରତୀୟ ଉଚ୍ଚାୟୋଗ ଟ୍ୱିଟ କରି କହିଛନ୍ତି କି, ପର୍ଯ୍ୟଟନ ଉଦ୍ଦ୍ୟେଶକୁ ଛାଡି ବାଂଲାଦେଶ ନାଗରିକଙ୍କ ପାଇଁ ଅନ୍ୟ ସମସ୍ତ ଭିଜା ଜାରି କରାଯିବ ଏବଂ ସେମାନେ ଭାରତର ଯାତ୍ରା କରିପାରିବେ ।
ସୂଚନାଯୋଗ୍ୟ ଅକ୍ଟୋବର ୧୭ ରେ ବଂଲାଦେଶ ବିଦେଶ ମନ୍ତ୍ରାଳୟ ଅକ୍ଟୋବର ୨୮ ରୁ ଭାରତ ସହିତ ବିମାନ ସେବା ଆରମ୍ଭ କରିବାର ଘୋଷଣା କରିଥିଲେ । ସେହିପରି ନଭେମ୍ବର ୫ରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉଡାଣ ଆରମ୍ଭ କରିବ ଘରୋଇ କ୍ଷେତ୍ରର ବିମାନ ଭିସ୍ତାରା । ଦୁଇ ଦେଶ ମଧ୍ୟରେ ବିଶେଷ ଦ୍ୱିପାକ୍ଷୀୟ ଉଡାଣ ଡିଲ ଅନୁଯାୟୀ କମ୍ପାନୀ ଉଡାଣ ଆରମ୍ଭ କରିବ । ଏହାସହିତ କୋଭିଡ୧୯ ପାଇଁ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ଅନେକ ପ୍ରତିବନ୍ଧକ ରହିଛି ।