ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନରେ ବୋହୁଥିବା ଅଖଣ୍ଡ ଭାରତ ର ଛଅ ନଦୀ ଭିତରେ ୩ଟି ନଦୀର ଭାରତ ଅଂଶର ପାଣି ସେଠାକୁ ଯିବାକୁ ରୋକିବାକୁ ନେଇ କେନ୍ଦ୍ର ସରକାର କାମ କରୁଛନ୍ତି । ଏନେଇ ରବିବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଜମ୍ମୁ, କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶକୁ ଏହି ପାଣି ମିଳିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଭାରତ ଅହିଂସା ଏବଂ ଶାନ୍ତରେ ବିଶ୍ୱାସ କରେ । ଅଖଣ୍ଡ ଭାରତରେ ଛଅ ନଦୀ ଯାହା ଭାରତ ଏବଂ ପାକିସ୍ତାନ ଦୁଇଟି ଦେଶରେ ବୋହିଥାଏ । ରିପୋର୍ଟ ମୁତାବକ ୩ଟି ନଦୀର ପାଣି ପାକିସ୍ତାନ ପାଇଁ ଆରକ୍ଷିତ ରହିଥିବା ବେଳେ ଅନ୍ୟ ୩ଟି ନଦୀର ପାଣି ର ବ୍ୟବହାର ଭାରତକୁ କରିବାର ଥିଲା । ମାତ୍ର ଭାରତ ଭାଗର ପାଣି ବି ପାକିସ୍ତାନରେ ବୋହୁଛି । କିନ୍ତୁ ଏବେ କେନ୍ଦ୍ର ସରକାର ଭାରତ ଅଂଶରେ ଥିବା ପାଣିକୁ ପାକିସ୍ତାନକୁ ନଯିବା ପାଇଁ କାମ କରୁଛି । ପ୍ରକୃତରେ ଭାରତର ପାକିସ୍ତାନ ବା ଚୀନ ଜମିକୁ ନେଇ କୌଣସି ରୁଚି ନାହିଁ । ବରଂ ଭାରତ ସର୍ବତା ଶାନ୍ତି ଏବଂ ମିତ୍ରତା ଚାହେଁ ।