ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ ମୂଳ ସଏଲା ବ୍ରେଭମେନଙ୍କୁ ବ୍ରିଟେନର ବୋରିଷ ଜନସନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ସଏଲାଙ୍କୁ ବ୍ରିଟେନର ଆଟର୍ନି ଜେନରାଲର ଦାୟିତ୍ୱ ଦିଆଯାଇଛି ।
ବୋରିଷ ଜନସନଙ୍କ ସରକାର କିଛି ତଳୁ ନିଜ ମନ୍ତ୍ରୀ ମଣ୍ଡଳର ବିସ୍ତାର କରିଥିଲେ । ବୋରିଷ ଜନସନଙ୍କର ଏହି ମନ୍ତ୍ରୀ ମଣ୍ଡଳରେ ଜଣେ ଭାରତୀୟ ମହିଳାଙ୍କ ସ୍ଥାନ ପାଇବା ନିହାତି ଭାବରେ ଏକ ଗୌରବର ବିଷୟ ।
ବ୍ରେଭମେନଙ୍କ ଜନ୍ମ ଲଣ୍ଡନରେ ହୋଇଥିଲେ ମଧ୍ୟ ତାଙ୍କ ମାତା ପିତା ଉଭୟ ଭାରତୀୟ । ତାଙ୍କ ମାତା ପିତା ଉଭୟ ଗୋଆର ବାସିନ୍ଦା । ଜନ୍ମ ପରଠାରୁ ବିଦେଶରେ ହିଁ ବ୍ରେଭମେନ ତାଙ୍କ ପଢା ଶେଷ କରିଛନ୍ତି ।
ବ୍ରେଭମେନ ବ୍ରିଟେନର ଦ୍ୱିତୀୟ ମହିଳା ଯାହାଙ୍କୁ ଏତେ ବଡ ସମ୍ମାନ ଜନକ ପଦବୀ ଦିଆଯାଇଛି । ଗତ ସୋମବାର ଦିନ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସ୍ ରେ ବ୍ରେଭମେନ ଆଟର୍ନି ଜେନରାଲ ହିସାବରେ ଶପଥ ଗ୍ରହଣ କରିଛନ୍ତି ।