ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କାୟା ମେଲାଇଛି କରୋନା । ଏହା ଥମିବାର ନାଁ ଧରୁନି । ଏବେ ଏହି ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସାହାଯ୍ୟ ପାଇଁ ଭାରତକୁ ହାତ ପତାଇଛି ପାକିସ୍ତାନ । ଭାରତର ସାହାଯ୍ୟ ପାଇଁ ଅପିଲ କରିଛି ପାକିସ୍ତାନ । ଭାରତୀୟ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଭାରତକୁ ମାଗିଛି । ଆମେରିକା ଏବଂ ବ୍ରାଜିଲ ପରେ ଏବେ ପାକିସ୍ତାନର ବି ଏହି ଔଷଧ ମାଗିଛି ଭାରତକୁ ।
ପ୍ରକୃତରେ କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବା ଭାକ୍ସିନ୍ ବାହାରି ନାହିଁ । ଇତି ମଧ୍ୟରେ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି କି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ କରୋନା ଭାଇରସକୁ ମୁକାବିଲା କରିବାରେ ସହାୟକ ହେଉଛି । ଏହା କେବଳ କରୋନ ରୋଗୀଙ୍କୁ ଭଲ କରିବାରେ ସହାୟକ ହେଉଛି ତାହା ନୁହେଁ ବରଂ ଏହା ଅନ୍ୟ ଔଷଧ ସହ ମିଶି ଭଲ କାମ କରୁଛି । ସେଥିପାଇଁ ଏବେ ଏହି ଔଷଧର ଚାହିଦା ବଢି ଯାଇଛି ।
ସେଥିପାଇଁ ଆମେରିକା,ଇଟାଲି, ବ୍ରିଟେନ ସମେତ ଅନେକ ଦେଶ ଗୁଡିକ ଚାହୁଛନ୍ତି କି କୋଭିଡ ୧୯ ଚିକିତ୍ସା ଲାଗି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଭାରତ ରପ୍ତାନୀ କରୁ । ଭାରତରେ କୋଭିଡ ୧୯ ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଦିନ ହେବ ଏହି ଔଷଧ ଉପରେ ରୋକ୍ ଲଗାଇ ଦେଇଥିଲା ଭାରତ ସରକାର । କିନ୍ତୁ ଏବେ ଏହି ଔଷଧକୁ ଲାଇସେଂନ୍ସ କ୍ୟାଟେଗୋରୀରେ ପକାଇ ଦିଆଯାଇଛି । ଏହାର ଅର୍ଥ ଭାରତରେ ପର୍ଯ୍ୟାପ୍ତ ପରିମାଣରଏହି ଔଷଧ ରହିଛି । ଯାହା ବାହାର ଦେଶକୁ ରପ୍ତାନୀ କରାଯାଇ ପାରିବ ।
ସବୁଠାରୁ ବଡ କଥା ହେଉଛି ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଭଳି ଭାବେ ବୃଦ୍ଧି ପାଉଛି, ଠିକ୍ ସେହିପରି ମୃତକଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି ।