ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶ ଛାଡି ବାହାରେ ବିଦେଶରେ ରହିବାକୁ ଅଧିକ ପସନ୍ଦ କରିଛନ୍ତି ଭାରତୀୟ । ଅଷ୍ଟ୍ରେଲିଆ ନାଗରିକତ୍ୱ ହାସଲ କରିବାରେ ଭାରତର ଲୋକ ଦୁନିଆରେ ସବୁଠାରୁ ଆଗରେ ଅଛନ୍ତି । ଲଗାତାର ୨ବର୍ଷ ହେବ ଭାରତୀୟ ନାଗରିକ ମାନେ ଅଧିକ ମାତ୍ରାରେ ଅଷ୍ଟ୍ରେଲିଆର ନାଗରିତ୍ୱ ହାସିଲ କରିବାରେ ସଫଳତା ପାଇଛନ୍ତିି ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ୨୦୧୮ – ୧୯ରେ ୨୦୦ ଦେଶର ପାଖାପାଖି ୧.୨୭ ଲକ୍ଷ ଲୋକ ଅଷ୍ଟ୍ରେଲିଆର ନାଗରିକତ୍ୱ ହାସଲ କରିଥିଲେ ସେଥି ମଧ୍ୟରୁ ଭାରତର କେବଳ ୨୮,୪୭୦ ଲୋକ ଥିଲେ । ଯାହା ପୂର୍ଣ୍ଣସଂଖ୍ୟାର ୨୨.୩ ପ୍ରତିଶତ ଅଟେ । କିନ୍ତୁ ପୂର୍ବବର୍ଷ ତୁଳନାରେ ଅଷ୍ଟ୍ରେଲିଆ ନାଗରିକତ୍ୱ ହାସଲ କରିବାରେ ୫୮ପ୍ରତିଶତ ବୃଦ୍ଧି ପାଇଛି । ଅଷ୍ଟ୍ରେଲିଆରେ ଦୁଇ ପ୍ରକାରର ନାଗରିକତ୍ୱ ମିଳିଥାଏ । ପ୍ରଥମତଃ ଯଦି ଆପଣଙ୍କର କେହି ପରିବାରଲୋକ ଅଷ୍ଟ୍ରେଲିଆରେ ରହୁଛନ୍ତି ତେବେ ଅତି ସହଜରେ ଆପଣଙ୍କୁ ମିଳିପାରିବ ନାଗରିକତ୍ୱ ନଚେତ ଆପଣଙ୍କୁ କିଛି କ୍ରାଇଟେରିୟାର ସହ ନାଗରିକତ୍ୱ ପ୍ରଦାନ କରାଯାଇଥାଏ । ଏ ସମ୍ପର୍କରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।