ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ପାଖାପାଖି ୩ ମାସ ପରେ ଦେଶରେ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାର ନିଷ୍ପତି ନିଆଯାଇଛି । ଏନେଇ ଫ୍ରାନ୍ସ ଏବଂ ଆମେରିକା ସହିତ ଦ୍ୱିପାକ୍ଷୀୟ ଆଲୋଚନା କରିଛି ଭାରତ । ସେହିଅନୁଯାୟୀ ଶୁକ୍ରବାରଠାରୁ ଭାରତ ଏବଂ ଆମେରିକା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧୮ ରୁ ଭାରତ ଓ ଫ୍ରାନ୍ସ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ଉଡାଣ ସେବା ଆରମ୍ଭ ହେବ । ଏନେଇ ନାଗରିକ ଉଡାଣ ମନ୍ତ୍ରୀ ହରଦୀପ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଦେଶରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଘରୋଇ ଉଡାଣ ଦୀପାବଳୀ ପର୍ଯ୍ୟନ୍ତ ସାମାନ୍ୟ ହୋଇଯିବ । ଏହାବ୍ୟତିତ ଅନେକ ଆନ୍ତର୍ଜାତୀୟ ରୁଟ୍ସରେ ବି ବିମାନ ସେବା ଆରମ୍ଭ ହୋଇଯିବ ।
ଭାରତ ଦ୍ୱାରା ଆମେରିକା ଏବଂ ଫ୍ରାନ୍ସ ସହ ହୋଇଥିବା ଆଲୋଚନା ଅନୁସାରେ ଜୁଲାଇ ୧୮ ରୁ ନେଇ ଅଗଷ୍ଟ ୧ ପର୍ଯ୍ୟନ୍ତ ଏୟାର ଫ୍ରାନ୍ସ ଦ୍ୱାରା ପେରିସରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ପାଇଁ ୨୮ ଟି ବିମାନ ଉଡିବ । ସେହିପରି ଆମେରିକା ଆଭିଏସନ୍ ସର୍ଭିସ ୟୁନାଇଟେଡ ଏୟାରଲାଇନ୍ସ ୧୭ ଜୁଲାଇରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଭାରତ ଏବଂ ଆମେରିକା ମଧ୍ୟରେ ୧୮ ଟି ଉଡାଣ ଅପରେଟ୍ସ କରିବ ।
ଦେଶରେ କରାନା ମହାମାରୀ ପାଇଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା । କିନ୍ତୁ ଏବେ ଧୀରେ ଧୀରେ କଟକଣା କୋହଳ କରାଯିବା ସହ ବିମାନ ସେବା ଆରମ୍ଭ କରାଯାଇଛି ।