ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଇସ୍ରାଏଲ ଓ ୟୁଏଇ ମଧ୍ୟରେ ବର୍ଷବର୍ଷ ଧରି ଲାଗି ରହିଥିବା ବିବାଦରେ ଏବେ ସାମାନ୍ୟ ଶାନ୍ତି ଆସିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏବେ ୟୁଏଇ ଓ ଇସ୍ରାଏଲ ମଧ୍ୟରେ ଏକ ଶାନ୍ତି ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏବେ ଦୁଇ ଦେଶ ନୂତନ ଭାବେ କୂଟନୈତିକ ସମ୍ବନ୍ଧ ରଖିବେ । ଏନେଇ ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।
ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୁରୁବାର ଫୋନ ଫୋନ ମାଧ୍ୟମରେ ଆଲୋଚନା ପରେ ଏହି ରାଜିନାମାକୁ ମଞ୍ଜୁରୀ ମିଳିଛି। ତେବେ ଏହି ସ୍ୱାକ୍ଷର ପରେ ଏବେ ଦୁଇଦେଶ ମଧ୍ୟରେ ବାଣିଜ୍ୟକ ବିମାନ ସେବା ଆରମ୍ଭ ହେବ । ଆଗାମୀ ଦିନରେ ଦୁଇଦେଶ ପର୍ଯ୍ୟଟନ, ସୁରକ୍ଷା ଓ ଦୂରସଞ୍ଚାର ଭଳି ଗୁରୁ୍ତ୍ୱପୂର୍ଣ୍ଣ ଦିଗରେ ଆଲୋଚନା କରିବା ସହିତ ଚୁକ୍ତି ସ୍ୱାକ୍ଷରିତ ହେବାର ଯୋଜନା ରହିଛି । ସେହିଭଳି ୨ ଦେଶ ଏବେ ରାଷ୍ଟ୍ରଦୂତ ଓ ଦୂତାବାସର ଆଦାନ ପ୍ରଦାନ କରିବେ ।