ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜାୱେଦ ଅଶରଫଙ୍କୁ ଫ୍ରାନସର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ଜୱେଦ ଅଶରଫ ହେଲେ ୧୯୯୧ ବ୍ୟାଚର ଭାରତୀୟ ବର୍ହିବ୍ୟାପାର ସେବା ଅଫିସର ।
ସେ ବର୍ତ୍ତମାନ ସିଙ୍ଗାପୁରରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ଜାୱେଦ ୧୯୯୩ ରୁ ୧୯୯୯ ପର୍ଯ୍ୟନ୍ତ ଫ୍ରାଙ୍କଫର୍ଟ ଓ ବର୍ଲିନରେ କାର୍ଯ୍ୟ କରିଛନ୍ତି । ସେହିଭଳି ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ସେ କାଠମାଣ୍ଡୁରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି ।