ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଲାଗି ରହିଛି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ । କିନ୍ତୁ ଏହା ମଧ୍ୟରେ ମଣିଷ ପଣିଆ ଭୁଲି ନାହାନ୍ତି ଭେରତୀୟ ସେନା । ଉତ୍ତର ସିକ୍କିମରେ ଚୀନ ନାଗରିକଙ୍କୁ ଅସୁବିଧାରେ ଦେଖି ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ସେନା । ଜଣେ ମହିଳାଙ୍କ ସମେତ ମୋଟ ୩ ଚୀନ ନାଗରିକ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରି’ ତାପମାତ୍ରା ପାଇଁ ଫସି ରହିଥିଲେ । ସେମାନେ ପାଖାପାଖି ୧୭,୫୦୦ ଫୁଟ ଉଚ୍ଚରେ ଉତ୍ତର ସିକ୍କିମ୍ର ପଠାର କ୍ଷେତ୍ରରେ ୩ ଚୀନ ନାଗରିକ ରାସ୍ତା ଭୁଲି ଯାଇଥିଲେ। ଠିକ୍ ସେତେବେଳେ ଦେବଦୂତ ସାଜି ସହାୟତାର ହାତ ବଢ଼ାଇଥିଲେ ଭାରତୀୟ ଯବାନ। ଶତ୍ରୁ ଦେଶର ନାଗରିକ ବୋଲି ଜାଣିବା ପରେ ମଧ୍ୟ ଭାରତୀୟ ସେନା ତୁରନ୍ତ ସାହାଯ୍ୟ କରିବାକୁ ଆଗେଇ ଯାଇଥିଲା । ଜିରୋ ଡିଗ୍ରି ତାପାମତ୍ରାଠୁ କମ୍ ତାପମାତ୍ରା ଥିବା ଏହି ସ୍ଥାନରେ ଚୀନର ଜଣେ ମହିଳାଙ୍କ ସମେତ ଦୁଇ ପୁରୁଷ ନାଗରିକଙ୍କ ଜୀବନ ବଞ୍ଚାଇ ଥିଲା ଭାରତୀୟ ସେନା। ଏହା ସହିତ ଚୀନକୁ ଫେରିବା ପାଇଁ ସଠିକ ରାସ୍ତା ମଧ୍ୟ ଦେଖାଇ ଥିଲେ । ଭାରତୀୟ ସେନାର ଏପରି ସହାୟତା ପାଇଁ ଚୀନ ନାଗରିକ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024