ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥା କରିବାକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ଏବେ ପରିସ୍ଥିତି ସମାନ୍ୟ ଥିବାରୁ ଯଦି ଦୁଇ ଦେଶ ଚାହିଁବେ ସେ ମଧ୍ୟସ୍ଥତା କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ପୂର୍ବରୁ ମଧ୍ୟ ଦୁଇଥର ଏମିତି ଆହ୍ୱାନ ଟ୍ରମ୍ପ ଦେଇଥିଲେ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଏହାକୁ ସିଧା ଆଗ୍ରାହ୍ୟ କରି ଦେଇଥିଲେ ।
ମୋଦି ସେତେବେଳେ କହିଥିଲେ ଭାରତ ଓ ପାକିସ୍ତାନର ସମସ୍ୟା ସମାଧାନ ପାଇଁ କୌଣସି ତୃତୀୟ ଦେଶର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ । ଅନ୍ୟପଟେ କିନ୍ତୁ କାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢି ଚାଲିଛି । ଅନ୍ୟପଟେ ଆଜି ମିଳିତ ଜାତିସଂଘର ମାନବଅଧିକାର ଅଧିବେଶନରେ ମୁହାଁ ମୁହିଁ ହେବେ ଭାରତ ପାକିସ୍ତାନ । ଏହି ଅଧିବେଶନରେ ଦୁଇ ଦେଶର ପ୍ରତିନିଧି ଯାଇଛନ୍ତି ।