ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହିଂସାତ୍ମମ ସଂଘର୍ଷ ଘଟଣାରେ ଚିନ୍ତା ପ୍ରକଟ କରିଛି ସଂଯୁକ୍ତ ରାଷ୍ଟ୍ର । ଏହାସହିତ ଦୁଇ ଦେଶରେ ଶାନ୍ତି ରକ୍ଷା ପାଇଁ ଅପିଲ କରାଯାଇଛି ।
ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଙ୍କ ପ୍ରବକ୍ତା ଏରି କନେକୋ କହିଛନ୍ତି କି, ଭାରତ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ହିଂସାତ୍ମକ ସଂଘର୍ଷ ଏବଂ ମୃତ୍ୟୁ ଖବର କୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ । ଏବେ ଦୁଇ ଦେଶ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଅପିଲ କରୁଛୁ । ଏହାସହିତ ପୂର୍ବରୁ ଦୁନିଆ କରେନା ସଙ୍କଟରେ ଘେରି ହୋଇଛି । ଇତିମଧ୍ୟରେ ଦୁଇ ଦେଇ ନିଜ ନିଜ ଭିତରେ ଶାନ୍ତି ରକ୍ଷା କରିବା ଉଚିତ୍ ।
ସୂଚନାଯୋଗ୍ୟ ଭାରତ ଚୀନ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ଅତିକମରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏହାପୂର୍ବରୁ ଜଣେ ଅଫିସର ଏବଂ ତିନି ଯବାନ ସହିଦ ହୋଇଥିବା ଖବର ଆସିଥିଲା । କିନ୍ତୁ ପରେ ୨୦ ଯବାନ ସହିଦ ହୋଇ ସରକାରୀ ସୂତ୍ରର ଜାଣିବାକୁ ମିଳିଛି । ଅନ୍ୟପଟେ ଏଥିରେ ୪୩ ଜଣ ଚୀନ ସେନା ମୃତାହତ ହୋଇଥିବା ସୂଚନା ରହିଛି ।