ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନ ବିପକ୍ଷରେ ମାଲେସିଆ ଟିପ୍ପଣୀ ଦେବାପରେ ଭାରତ ମାଲେସିଆ ଠାରୁ ପାମ୍ ଅଏଲ ଆମଦାନୀ ବନ୍ଦ କରିଦେଇଛି ।
ପାମ୍ ଅଏଲ ଆମଦାନୀରେ ଭାରତ ମାଲେସିଆର ସବୁଠାରୁ ବଡ କେତ୍ରା ହୋଇଥିବାରୁ ଭାରତକୁ ପାମ୍ ଅଏଲ ରପ୍ତାନୀ ବନ୍ଦ ହୋଇଯିବା ପରେ ନିଶ୍ଚିତ ଭାବରେ ମାଲେସିଆର ଅର୍ଥନୀତିରେ ଏକ ବଡ ପ୍ରଭାବ ଦେଖାଦେବ ।
ଏନେଇ ବର୍ତ୍ତମାନ ମାଲେସିଆର ଚେତା ପସିଛି । ଭାରତ-ମାଲେସିଆ ଭିତରେ ବଢୁଥିବା ତିକ୍ତାକୁ କମ କରିବାକୁ ଚେଷ୍ଟା କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥ୍ରି ମହମ୍ମଦ । ଏଥିସହିତ ଭାରତ ଆଗରେ ମାଲେସିଆ ଅତି ନଗଣ୍ୟ ଓ ମାଲେସିଆ ବା ଭାରତର କଣ କ୍ଷତି କରିପାରିବ ବୋଲି ମଧ୍ୟ ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି ।
ପୁର୍ବରୁ ମାଲେସିଆ ଇସଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ମାଲେସିଆର ସ୍ଥାଇ ବାସିନ୍ଦାର ମାନ୍ୟତା ଦେଇଥିବାରୁ ମଧ୍ୟ ଭାରତ ଓ ମାଲେସିଆ ମଧ୍ୟରେ ତିକ୍ତତା ବଢିଥିଲା । ତେବେ ବର୍ତ୍ତମାନ ମାଲେସିଆ ଭାରତ ସହିତ ପୁନଃଶ୍ଚ ସୁସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ କରୁଛି ।