ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସିନ୍ଦୂର ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ । ଆଜି ନୂଆଦିଲ୍ଲୀରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ବେଳେ କୁନିକୁନି ପିଲାମାନେ ଭାରତର ପରମ୍ପରା ଅନୁସାରେ ତିଳକ ଓ ସିନ୍ଦୂର ଲଗାଇ ଟ୍ରମ୍ପଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ସୂଚନା ଅନୁସାରେ ଆଜି ଟ୍ରମ୍ପଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ ରହିଛି । ଅର୍ଥାତ ଆଜି ରହିଛି ଗସ୍ତର ଅନ୍ତିମ ଦିନ । ଏହି ଗସ୍ତ ଅବସରରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଏକ ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ପିଲାମାନେ ତାଙ୍କୁ ବଡ ଆଦରର ସହିତ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ସେହି ସରକାରୀ ସ୍କୁଲରେ ମେଲାନିଆ ପାଖାପାଖି ଏକ ଘଣ୍ଟାକାଳ ସମୟ ଅତିବାହିତ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଆଜି ସକାଳୁ ପ୍ରଥମେ ରାଷ୍ଟ୍ରପତି ଦମ୍ପତ୍ତି ରାଜଘଟର ମହାତ୍ମା ଗାନ୍ଧୀ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହାପୂର୍ବରୁ ରାଷ୍ଟ୍ରପତି ଭବନରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।ଟ୍ରମ୍ପ ତାଙ୍କ ସନ୍ଦେଶରେ ଲେଖିଛନ୍ତି କି, ଆମେରିକା ବାସୀ ସାର୍ବଭୌମ ଏବଂ ସୌନ୍ଦର୍ୟ୍ୟପୂର୍ଣ୍ଣ ଭାରତ ସହ ଦୃଢତାର ସହ ଛିଡା ହୋଇଛନ୍ତି ।ସେଠାରେ ତାଙ୍କୁ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଛି । ଆଜି ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ରହିଛି ।