ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ମୋଦି ଆସିବେ ଓଡିଶା । ଆସନ୍ତା ସେପ୍ଟେମ୍ବର ମାସ ୨୨ ତାରିଖରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ସ୍ଥିତ ବିମାନବନ୍ଦରର ଉଦଘାଟନ କରିବା ପାଇଁଛ ଓଡିଶା ଆସିବେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଏଭଳି ସୂଚନା ଦେଇଛନ୍ତି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଝାରସୁଗୁଡା ବିମାନବନ୍ଦର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ବିମାନବନ୍ଦରର ସ୍ଥିତି ସମୀକ୍ଷା କରି ଏପରି କହିଛନ୍ତି । ଝାରସୁଗୁଡା ବିମାନବନ୍ଦରକୁ ପୂର୍ବରୁ ୨ବି ଓ ପରେ ୪ସି ଲାଇସେନ୍ସ ମିଳିସାରିଛି । ଏୟାର ବସ୍ ୩୨୦ ପାଇଁ ଭିତିଭୂମି, ସୁରକ୍ଷା, ନିରାପତା, ସେବା ସୁବିଧା ଦୃଷ୍ଟିରୁ ଝାରସୁଗୁଡା ବିମାନବନ୍ଦରର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛ ବୋଲି ସୂଚନା ମିଳିଛି ।
ତେବେ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା ବିମାନବନ୍ଦରରୁ ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ଏକାସଂଗେ ବିମାନବନ୍ଦର ସମେତ ସରଡ଼େଗା-ଝାରସୁଗୁଡ଼ା ରେଳପଥ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ସେପଟେ ମୋଦି ପାଖାପାଖି ୧ ଲକ୍ଷ ଲୋକଙ୍କୁ ଭାଷଣ ଦେବେ ବୋଲି ଜୁଏଲ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024