ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଆତଙ୍କ ରହୁଛି କରୋନାର ଦ୍ୱିତୀୟ ଲହର । ସ୍ଥିତି ଭୟଙ୍କର । ୩ ଲକ୍ଷ ଉପରେ ରହିଛି ଦୈନିକ ମାମଲା । ଯାହାଫଳରେ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଛି । ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି । ଭାରତର ଏଭଳି ସ୍ଥିତି ଏବେ ମାଇକ୍ରୋସଫ୍ଟ ସିଇଓ ତଥା ଭାରତରେ ଜନ୍ମିତ ସତ୍ୟ ନଡେଲାଙ୍କୁ ମର୍ମାହତ କରିଛି । ଯେଉଁଥିପାଇଁ ସେ ଭାରତକୁ ସହଯୋଗର ହାତ ବଢାଇବା ସହ କହିଛନ୍ତି ଭାରତର ସ୍ଥିତି ହୃଦୟବିଦାରକ ।
ଅକ୍ସିଜେନ ଉତ୍ପାଦନକାରୀ ଉପକରଣ କିଣିବା ପାଇଁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ଆମେରିକା ସରକାର ଭାରତକୁ ସହାୟତା ପାଇଁ ହାତ ବଢିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।
ମାଇକ୍ରୋସଫ୍ଟ ରିଲିଫ୍ ପ୍ରୟାସକୁ ସାହାଯ୍ୟ କରିବା ପାଇଁ ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ଅମ୍ଳଜାନ ଏକାଗ୍ରତା ଉପକରଣ କ୍ରୟକୁ ସମର୍ଥନ କରିବା ପାଇଁ ଏହାର ସ୍ୱର, ଉତ୍ସ ଏବଂ ପ୍ରଯୁକ୍ତିକୁ ବ୍ୟବହାର ଜାରି ରଖିବ ବୋଲି ସେ କହିଛନ୍ତି ।