ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗକୁ ନେଇ କୌଣସି ଆନ୍ତରାଷ୍ଟ୍ରୀୟ ମଞ୍ଚରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ସାଥ୍ କେହି ଦେଉ ନାହାନ୍ତି ।। ଏହା ପରେ ବି ଇମରାନ୍ ଖାନ୍ ଏହି ପ୍ରସଙ୍ଗକୁ ଛାଡିବାକୁ ନାରାଜ । କେବଳ ଏତିକି ନୁହେଁ ଆମେରିକା ଗସ୍ତରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସ୍ୱପ୍ନ ଦେଖୁଛନ୍ତି ଇମରାନ୍ । କିନ୍ତୁ ତାଙ୍କର ଏହି ପ୍ରସଙ୍ଗକୁ ନେଇ ସେଠାରେ ତାଙ୍କୁ ଝଟକା ଲାଗିପାରେ ।
ପ୍ରକୃତରେ ସେପ୍ଟମ୍ବର ମାସ ଶେଷ ଆଡକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଇମରାନ ଖାଁ ବୈଠକ କରିବେ । ଏହାସହିତ ସଂଯୁକ୍ତ ରାଷ୍ଟ୍ରରେ ନିଜ ଭାଷଣ ଜରିଆରେ ଭାରତ ଦ୍ୱାରା କାଶ୍ମୀରର ବିଶେଷ ଧାରା ହଟାଇବାକୁ ନେଇ ଆଲୋଚନା କରିବେ, କିନ୍ତୁୁ ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ବଡ ଆଡମ୍ବର ସହ କରାଯିବ ଯେଉଁଥିପାଇଁ ଇମରାନ୍ ଖାନ୍ ଙ୍କ ମିଛ ଭାଷଣ ପ୍ରତି କାହାର ନଜର ରହିବ ନାହିଁ ।
ମିଡିଆ ରିପୋର୍ଟ ମୁତାବକ, କାଶ୍ମୀର ପ୍ରସଙ୍ଗକୁ ନେଇ ଇମରାନ୍ ଖାଁ ଖାଲି ବିଳିବିଳଉଛନ୍ତି । ଏହି ପ୍ରସଙ୍ଗକୁ ନେଇ ଅନେକ ଦେଶ ସହ ମଧ୍ୟ ଆଲୋଚନା କରିସାରିଲେଣି, କିନ୍ତୁ କୌଣସି ଦେଶ ଇମରାନ୍ ଙ୍କ ସାଥୀରେ ନାହାନ୍ତି । ଏବେ ପୁଣି ଏହି ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ କରିବେ ଇମରାନ୍ । କିନ୍ତୁ ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ ଟ୍ରମ୍ପ । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ସେପ୍ଟମ୍ବର ୨୨ ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମୁଦାୟକୁ ସମ୍ବନ୍ଧିତ କରିବେ । ଏହା ବହୁତ ବଡ କାର୍ଯ୍ୟକ୍ରମ । ଯାହାର ନାଁ ରହିଛି ‘ହାଓଡି ମୋଦି’,ଏଥିରେ ୫୦ ହଜାରୁ ଅଧିକ ଲୋକ ସାମିଲ ହେବେ । ଏହାସହିତ ଏହି କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ବି ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି ।