ଆମେରିକା (ଏଟିଆର ବ୍ୟୁରୋ ) ; ଟ୍ରମ୍ପଙ୍କୁ ଲାଗିଛି ଜବରଦସ୍ତ ଝଟକା । ଆମେରିକାର ମିଡଟର୍ମ ନିର୍ବାଚନରେ ପାରସ୍ତ ହୋଇଛି ଡୋନାଲ୍ଟ ଟ୍ରମ୍ପଙ୍କ ସରକାର । ଆମେରିକାରେ ଗତକାଲି ହୋଇଥିବା ମିଡଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିକୁ ପଛରେ ପକାଇଛି ଡେମୋକ୍ରାଟିକ ପାର୍ଟି । ଆମେରିକାର ନିମ୍ନ ସଦନ ହାଉସ ଅଫ ରିପ୍ରେଜେଣ୍ଟଟିଭ କୁ ଡେମୋକ୍ରାଟିକ ପାର୍ଟି କବଜା କରିଛି । ଏଣିକି ଟ୍ରମ୍ପ ପ୍ରଶାସନର ନୀତି ଓ ନିଷ୍ପତିକୁ ଡେମୋକ୍ରାଟିକ ପାର୍ଟି ଯାଞ୍ଚ କରିବ ବୋଲି ଜଣାପଡିଛି ।
ତେବେ ପାଖାପାଖି ୮ ବର୍ଷ ପରେ ହାଉସ ଅଫ ରିପ୍ରେଜେଣ୍ଟଟିଭରେ ଡେମୋକ୍ରାଟିକ ପାର୍ଟି ବହୁମତ ହାସଲ କରିପାରିଛି । ଆମେରିକାର ପ୍ରତେକ ୨ ବର୍ଷରେ ଥରେ ମିଡଟର୍ମ ନିର୍ବାଚନ ହୋଇଥାଏ । ଏହି ନିର୍ବାଚନରେ ଗଭର୍ଣ୍ଣରଙ୍କ ସମେତ ୟୁଏସ କଂଗ୍ରେସ ଓ ସ୍ଥାନୀୟ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯାଇଥାଏ । ହାଉସ ଅଫ ରିପ୍ରେଜେଣ୍ଟଟିଭରେ ୪୩୫ ଆସନ ରହିଥିବା ବେଳେ ସିନେଟରେ ୧୦୦ ଆସନ ରହିଥାଏ । ତେବେ ସିନେଟର ସଦସ୍ୟ ମାନେ ଛଅ ବର୍ଷ ଲାଗି ନିର୍ବାଚିତ ହୋଇଥାଆନ୍ତି ।
ଗତକାଲି ଏ ସମସ୍ତ ଆସନ ମଧ୍ୟରୁ ମାତ୍ର ୩୫ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ତେବେ ଟ୍ରମ୍ପ ସରକାରଙ୍କ ୨ ବର୍ଷ ଶାସନରେ ଗତକାଲି ହୋଇଥିବା ମିଡଟର୍ମ ନିର୍ବାଚନ ବେଶ ଗୁରୁତ୍ୱପର୍ଣ୍ଣ ଥିବା ବେଳେ ହାଉସ ଅଫ ରିପ୍ରେଜେଣ୍ଟଟିଭକୁ କବଜା କରିନେଇଛି ଡେମୋକ୍ରାଟିକ ପାର୍ଟି । ଯାହା ଟ୍ରମ୍ପଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।