ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜିର ଦିନ ଅର୍ଥାତ୍ ଫେବୃଆରୀ ୨୬ । ଆଜିକୁ ଠିକ୍ ବର୍ଷେ ତଳେ ଥରି ଉଠିଥିଲା ପାକିସ୍ତାନର ଛାତି । ଗତ ବର୍ଷ ଫେବୃଆରୀ ୨୬ ତାରିଖରେ ପାକିସ୍ତାନର ସବୁଠାରୁ ବଡ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ବହୁ କୁଖ୍ୟାତ ଆତଙ୍କବାଦୀ ମାନଙ୍କୁ ଭାରତୀୟ ସେନା ନିହତ କରିଥିଲା ।
ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ସାମ୍ରାଜ୍ୟ ଦିନକୁ ଦିନ ବଢିବାରେ ଲାଗିଥିଲା । ଏଠାରେ ଥିବା ବାଲାକୋଟରେ ଜୈସ-ଇ-ମହମ୍ମଦର ସଂଗଠନ ଏହି ଠାରେ ତାର କଳା ରାଜୁତି ଚଳାଇଥିଲା । ଗତବର୍ଷ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣ ସମଗ୍ର ଭାରତ ବର୍ଷକୁ ମର୍ମାହତ କରିଦେଇଥିଲା । ଜୈସ-ଇ-ମହମ୍ମଦର ଆତଙ୍କବାଦୀ ମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ, ଭାରତ ତାର ୪୦ ବୀର ଯବାନଙ୍କୁ ହରାଇଥିଲା ।
ପାକିସ୍ତାନର ଆତଙ୍କବାଦୀ ମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ପୁଲୱାମା ଅକ୍ରମଣର ଜବାବ ଦେବା ପାଇଁ ଆକ୍ରମଣର ୧୨ ଦିନ ଭିତରେ ହିଁ ଭାରତୀୟ ସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରି ୩୦୦ରୁ ଉଦ୍ଧ୍ୱର୍ ଆତଙ୍କବାଦୀଙ୍କୁ ନିହତ କରିଥିଲା ।
ମାତ୍ର ୧୨ ଦିନ ଭିତରେ ଜୈସ-ଇ-ମହମ୍ମଦ ଭଳି ବଡ ଆତଙ୍କବାଦୀ ସଂଗଠନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସଂ କରିବା, ଭାରତୀୟ ସେନା ପକ୍ଷରେ ଏକ ବହୁତ ବଡ ଚ୍ୟାଲେଞ୍ଜ ଥିଲା । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ସଫଳ କରି ବୀର ଯବାନ ମାନେ ନିଜେ ସୁରକ୍ଷିତ ହୋଇ ଭାରତ ଫେରିଥିଲେ ।
ବିଶ୍ୱକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ ଭାରତୀୟ ବାୟୁ ସେନା ପକ୍ଷରୁ ଏଭଳି ପଦକ୍ଷପକୁ ସମଗ୍ର ବିଶ୍ୱରେ ପ୍ରଶଂସା ମିଳିଥିଲା । କିନ୍ତୁ ଏହି ଏୟାର ଷ୍ଟ୍ରାଇକ୍ ନିଶ୍ଚିତ ଭାବରେ ପାକିସ୍ତାନକୁ ଏକ ଉଚିତ୍ ଶିକ୍ଷା ଦେଇଥିଲା ।