ଆଲମାଟି (ଏଟିଆର ବ୍ୟୁରୋ): ଗତକାଲି ପୃଥିବୀକୁ ଫେରିଛନ୍ତି ମହାକାଶଚାରୀ କ୍ରୀଷ୍ଟିନା କୋଚ । ପ୍ରଥମ ମହିଳା ମହାକାଶଚାରୀ ଭାବେ ମହାକାଶରେ ଦୀର୍ଘ ୧୧ମାସ ରହିଥିବା ପୃଥିବୀକୁ ଫେରିଛନ୍ତି କ୍ରୀଷ୍ଟିନା । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ନାସାରେ କାର୍ଯ୍ୟରତ କ୍ରୀଷ୍ଟିନା ଗତକାଲି ପୃଥିବୀକୁ ଫେରିଛନ୍ତି । ସେ ଗତବର୍ଷ ମାର୍ଚ୍ଚ ୧୪ରେ ମହାକାଶକୁ ଯାଇଥିଲେ । କ୍ରୀଷ୍ଟିନା ମହାକାଶରେ ୩୨୮ଦିନ ରହି ଗୁରୁବାର କାଜାକସ୍ତାନରେ ଓହ୍ଲାଇଛନ୍ତି ।
#CongratsChristina on completing your first journey into space!
🚀 Longest single spaceflight in history by a woman
👩🚀 Second-longest single spaceflight by a U.S. astronaut
🛰️ Seventh on the list of American space travelers for total time in spaceMore: https://t.co/5PZlABW2Rq pic.twitter.com/zSpiikSUuT
— NASA (@NASA) February 6, 2020
ତାଙ୍କ ସହ ପୃଥିବୀ ପୃଷ୍ଟକୁ ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ଲୁକା ପାର୍ମିଟାନୋ ଏବଂ ରୁଷ୍ର ମହାକାଶ ବିଜ୍ଞାନୀ ଆଲେକଜାଣ୍ଡର ସ୍କୋଥସୋଭ୍ ମଧ୍ୟ ଫେରିଛନ୍ତି । କ୍ରୀଷ୍ଟିନା ଲ୍ୟାଣ୍ଡିଂ ସାଇଟରେ ସୋୟୁଜର ସାହାର୍ଯ୍ୟରେ ଓହ୍ଲାଇବା ବେଳେ ଆରାମରେ ବସିଥିବା ସହ ହସୁଥିବାର ଦେଖିବାକୁ ମିଳିଥିଲା । ତେବେ ମହାକାଶରୁ ଫେରିବା ପରେ ସେ କହିଛନ୍ତି , ସେ ବହୁତ ଉତ୍ସାହିତ ଏବଂ ଖୁସି ଅଛନ୍ତି ।
Welcome home @Astro_Christina, @astro_luca and Alexander Skvortsov. Thank you for your service, smashing barriers, and inspiring a generation. Thank you to the unsung heroes working behind the scenes that made their safe return possible. @NASA #teamwork pic.twitter.com/WNf3opWhYE
— Jonny Kim (@JonnyYKim) February 6, 2020
କ୍ରୀଷ୍ଟିନା ପୃଥିବୀକୁ ଫେରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଆମେରିକର ତାଙ୍କ ପାଇଁ ଗର୍ବିତ ଅଟେ । ପୃଥିବୀକୁ ସ୍ୱାଗତ । ମହାକାଶରେ ସବୁଠାରୁ ଅଧିକ ଦିନ ରହି ମହିଳା ମହାକାଶଚାରୀଙ୍କ ମଧ୍ୟରେ ରେକର୍ଡ କରିଥିବାରୁ ଅଭିନନ୍ଦନ। ତୁମେ ଯୁବତୀମାନଙ୍କ ପାଇଁ ପ୍ରେରଣା ଏବଂ ଆମେରିକା ପାଇଁ ଗର୍ବ ସାଜିଛ।
Welcome back to Earth, @Astro_Christina, and congratulations on breaking the female record for the longest stay in space! You’re inspiring young women and making the USA proud! Enjoyed speaking with you and @Astro_Jessica on the first all-female spacewalk IN HISTORY last year.
— Donald J. Trump (@realDonaldTrump) February 6, 2020
କାଜାକସ୍ଥାନର ବରଫ ଆଚ୍ଛାଦିତ ଏକ ଅନୁର୍ବର ଅଞ୍ଚଳରେ ଏହି ଯାନ କ୍ୟାପସୁଲ ଲ୍ୟାଣ୍ଡିଂ କରିବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବେଶ ଉପଭୋଗ କରିଥିଲେ। ମିଚିଗାନ୍ ଜନ୍ମିତ କ୍ରୀଷ୍ଟିନା କୋଚ୍ ଡିସେମ୍ବର ୨୮ରେ ହିଁ ପୂର୍ବ ରେକର୍ଡ ଭାଙ୍ଗିଦେଇଥିଲେ। ଏହା ପୂର୍ବରୁ ନାସାର ମହାକାଶଚାରୀ ପେଗି ହ୍ୱିଷ୍ଟନ୍ ୨୦୧୬-୧୭ରେ ୨୮୯ ଦିନର ରେକର୍ଡ କରିଥିଲେ।