ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନାରେ କଲବଲ ହେଉଥିବା ଆମେରିକାକୁ ସହାୟତାର ହାତ ବଢାଇଛି ଭାରତ । କିନ୍ତୁ ଏବେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଭାରତକୁ ଅନୁଦାନରେ ଦିଆଯାଇଥିବା ୧୦୦ ଟି ଭେଣ୍ଟିଲେଟର୍ସର ପ୍ରଥମ ପର୍ଯ୍ୟାୟ ଆସନ୍ତା ସପ୍ତାହରେ ପଠାଇବାର ପ୍ରସ୍ତୁତ କରୁଛି ଆମେରିକା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି ।
ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି କି, ମଙ୍ଗଳବାର ମୋଦିଙ୍କ ସହ ଟ୍ରମ୍ପ ଆଲୋଚନା କରିଛନ୍ତି ଏବଂ ଦୁଇ ନେତା ଜି୭ ସମ୍ମିଳନୀ, କୋଭିଡ୧୯ ର ନିୟନ୍ତ୍ରଣ ଓ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହାସହିତ ଆଗାମୀ ସପ୍ତାହରେ ଭାରତକୁ ଅନୁଦାନରେ ୧୦୦ ଟି ଭେଣ୍ଟିଲେଟର୍ସର ପ୍ରଥମ ପର୍ଯ୍ୟାୟ ପଠାଇବା ଲାଗି ଆମେରିକା ପ୍ରସ୍ତୁତ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି, ଭାରତ-ଆମେରିକା ମଧ୍ୟରେ ଦୃଢତା ଏବଂ କୋଭିଡ୧୯ ପରେ ବିଶ୍ୱ ସ୍ତରରେ ଏକ ମହତ୍ୱପୂର୍ଣ୍ଣ ସ୍ତମ୍ବ ହେବ । ଜି୭ ସମ୍ମିଳନୀର ଅଧ୍ୟକ୍ଷତା ବିଷୟରେ ଟ୍ରମ୍ପ ସୂଚନା ଦେଇଛନ୍ତି । ଯାହାଦ୍ୱାରା ଭାରତ ସହିତ ମହତ୍ୱପୂର୍ଣ୍ଣ ଦେଶକୁ ଏଥିରେ ସାମିଲ କରାଯାଇ ପାରିବ ।