ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ସହଯୋଗୀ (ଆରସିଇପି) ରେ ଭାରତ ସାମିଲ ନହେବାର ନିଷ୍ପତିକୁ ଚୀନ୍ ଏକାଡେମୀର ନିର୍ଦ୍ଦେଶକ ଭୁଲ୍ ବୋଲି କହିଛନ୍ତି । ଫୁଡାନ ବିଶ୍ୱବିଦ୍ୟାଳୟରେ ଚୀନ ସଂସ୍ଥାନର ନିର୍ଦ୍ଦେଶକ ଝାଙ୍ଗ ବଇବଇ ଗଣମାଧ୍ୟକୁ ସାକ୍ଷାତ କରି କହିଛନ୍ତି କି , ଆରସିଇପି ଏକ ମହାନ ବିଚାର, ଏହାଦ୍ୱାରା ଡରିବାର ଆବଶ୍ୟକତା ନାହିଁ । ମୋର ମନେପଡୁଛି କି ଯେତେବେଳେ ଆମେ ଏହି ବିଚାର ଉପରେ ଚର୍ଚ୍ଚା କରିଥିଲୁ କି ଆରସିଇପି ଠାରୁ ଭାରତ କାହିଁକି ଦୂରେଇ ରହିବାକୁ ପସନ୍ଦ କରୁଛି, ମୋ ମତରେ ଭାରତର ଏହି ନିଷ୍ପତି ଭୁଲ୍ ଅଟେ ।
ଭାରତ ଗସ୍ତରେ ଆସିବାକୁ ଥିବା ଏବଂ ଉଚ୍ଚସ୍ତରୀୟ ଥିଙ୍ଗ ଟ୍ୟାଙ୍କ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାକୁ ଥିବା ଝାଙ୍ଗ୍, ଚୀନ ଏବଂ ଭାରତ ସମ୍ବନ୍ଧରେ ଚୀନ୍ ଦୂତାବାସ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଏହି ଟିପ୍ପଣୀ ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ‘ଏହାକୁ ନେଇ ଏକ ଚରଣବଦ୍ଧ ଦୃଷ୍ଟିକୋଣ ରହିଛି । ଧୀରେ ଧୀରେ ପ୍ରଶଂସା କମ୍ କରନ୍ତୁ ଏବଂ ଏହି କ୍ଷେତ୍ର ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଧିକ ପ୍ରତିସ୍ପର୍ଦ୍ଧା ହୋଇଯାଉ । ଆପଣ ଅନ୍ତରାଷ୍ଟ୍ରୀୟ ମୂଲ୍ୟ ଶୃଙ୍ଖଳାରେ ଆଗକୁ ବଢୁଛନ୍ତି । ଏହାକୁ ନେଇ ଭାରତ ଆହୁରୀ ସାହାସୀ ହେବା ଉଚିତ୍ ।’
ସେପଟେ ଚୀନ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡର ଡେପୁଟି ଡାଇରେକ୍ଟର ଝୁ କାହୁଆ କହିଛନ୍ତି, ଏହି ନିଷ୍ପତି ଭାରତ ପାଇଁ ବହୁତ ହାନିକାରକ ହୋଇପାରେ କାରଣ ଆରସିଇପି ବାସ୍ତବରେ ଭାରତ ପାଇଁ ଏକିକୃତ କ୍ଷେତ୍ରୀୟ ଉତ୍ପାଦନ କରିବାର ଏକ ଭଲ ଅବସର ପ୍ରଦାନ କରିଥାଏ । ଏହାସହିତ ଏହାଦ୍ୱାରା ଔଦଗିକରଣକୁ ଗତି ଦେବାରେ ସହାୟକ ମିଳିବ ଏବଂ ବୈଶୟିକ ମୂଲ୍ୟ ଶୃଙ୍ଖଳା ଆଗକୁ ବଢିବ ।