ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁଏଇ ର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଜାୟଦରେ ଭାରତୀୟ ରାଜଦୁତ ନବଦୀପ ସିଂହ ସୁରୀଙ୍କୁ ସମ୍ମାନିତ କରାଯାଇଛି । ୟୁଏଇ ର ବିଦେଶ ଏବଂ ଅନ୍ତରାଷ୍ଟ୍ରୀୟ ମାମଲାର ମନ୍ତ୍ରୀ ଏଚଏଚ ଶେଖ ଅବ୍ଦୁଲ୍ଲା ବିନ୍ ଜାୟଦ ସେମାବାର ଦିନ ସୁରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ମଜବୁତ କରିବା ପାଇଁ ଭାରତୀୟ ରାଜଦୂତ ନବଦୀପ ସିଂହଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଚଳିତ ମାସରେ ନବଦୀପ ସିଂହ ସେବାମୁକ୍ତ ହୋଇଯିବେ ।
ସମ୍ମାନିତ ହେବାକୁ ନେଇ ସୁରୀ କହିଛନ୍ତି କି,ମୋତେ ବିଦେଶ ମନ୍ତ୍ରୀ ଶେଖ ଅବ୍ଦୁଲ୍ଲା ବିନ ଜାୟଦ ଅଲ ନାହୟାନ ଡାକିକି ଏକ ସର୍ପରାଇଜ ଦେଇଛନ୍ତି । ଏହାସହିତ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟଦ ଅଲ ନାହୟାନ ନିଷ୍ପତି କ୍ରମେ ମୋତେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଦୁତାବାସର ଆମ ଟିମ୍ ଏବଂ ୟୁଏଇ ରେ ଥିବା ଭାରତୀୟ ସମୁଦାୟର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପାଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ।