ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ସପ୍ତାହରୁ ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବା ଆରମ୍ଭ ହୋଇଯାଇଛି । ସେହିପରି ଅସ୍ତ୍ରଶାସ୍ତ୍ର କ୍ଷେତ୍ରରେ ତିନି ଜଣଙ୍କ ନାଁ ଘୋଷଣା କରାଯାଇଛି । ସେମାନେ ହେଲେ ଅଭିଜିତ୍ ବାନାର୍ଜି,ଏସ୍ଥର ଡୁଫ୍ଲେ ଏବଂ ମାଇକେଲ କ୍ରେମର । ବିଶ୍ୱରୁ ଗରିବ ଶେଷ କରିବାର ପ୍ରୟୋଗ ର ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଇକୋନମିକ୍ ସାଇନ୍ସେସ କ୍ୟାଟେଗୋରୀ ଅନୁଯାୟୀ ଏହି ପୁରସ୍କାର ପାଇଥିବା ଅଭିଜିତ୍ ବାନାର୍ଜି ଭାରତୀୟ ମୂଲ ର ଆମେରିକୀୟ ନାଗରିକ ।
ସୂଚନାଯୋଗ୍ୟ,ଶାନ୍ତି, ସାହିତ୍ୟ, ଭୌତିକ, ରସାୟନ, ଚିକିତ୍ସା ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର କ୍ଷେତ୍ରରେ ମିଳୁଥିବା ଏହା ବିଶ୍ୱର ସର୍ବୋଚ୍ଚ ସମ୍ମାନ ।
ଏଥରକର ଶାନ୍ତି କ୍ଷେତ୍ରରେ ଇଥୋପିୟା ର ପ୍ରଧାନମନ୍ତ୍ରୀ ଏବେ ଅହମ୍ମଦ ଅଲ୍ଲୀଙ୍କୁ ଦିଆଯାଇଛି । ସେହିପରି ସାହିତ୍ୟ କ୍ଷେତ୍ରରେ ପେଲିସ ଲେଖକ ଓଲ୍ଗା ଟୋକାର୍ଚୁକ ଏବଂ ପିଟର ହ୍ୟାଂଡକାଙ୍କୁ ପୁରସ୍କାର କରିବା ପାଇଁ ଘୋଷଣା କରାଯାଇଛି ।
ରସାୟନ ଶାସ୍ତ୍ର କ୍ଷେତ୍ରରେ ନୋବେଲ ପାଇଁ ତିନି ବୈଜ୍ଞାନିକ ତଥା ଜନ୍ ବି ଗୁଡଇନଫ, ଏମ ଷ୍ଟେନଲୀ ହ୍ୱିଟିଂଗମ ଏବଂ ଅକିରା ଓସିନୋଙ୍କୁ ବଛାଯାଇଛି । ସେହିପରି ଚିକିତ୍ସା କ୍ଷେତ୍ରରେ ଦୁନିଆର ତିନି ବୈଜ୍ଞାନିକଙ୍କୁ ପୁରସ୍କୃତ କରିବା ପାଇଁ ବଛା ଯାଇଛି । ସେହି ତିନି ବୈଜ୍ଞାନି ହେଉଛନ୍ତି ଆମେରିକାର ବିଲିୟମ କ୍ୟାଲିନ, ଗ୍ରେଗ ସିମେଂଜା ଏବଂ ବ୍ରିଟେନର ପିଟର ର୍ୟାଟକ୍ଲିଫ୍ ।