ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଭାରତରେ ନାଗରିକତା ଆଇନ ଓ ଏନଆରସି ବା ରାଷ୍ଟ୍ରିୟ ଜନସଂଖ୍ୟା ରେଜିଷ୍ଟରକୁ ନେଇ ବହୁ ବାଦ ବିବାଦ ଦେଖାଦେଉଛି । ଭାରତର କିଛି ପଡୋଶୀ ଦେଶ ଭାରତରେ ଏହି ନୂଆ ନିୟମ ଲାଗୁ ହେବା ଫଳରେ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କାରେ ମଧ୍ୟ ଅଛନ୍ତି ।
କିନ୍ତୁ ଭାରତର ପଡୋଶୀ ରାଷ୍ଟ୍ର ବାଂଲାଦେଶକୁ ଭାରତ ଏଥିନେଇ ଆଶ୍ୱସ୍ତି ଦେଇଛି । ଏନଆରସି ପାଇଁ ବାଂଲାଦେଶର ଲୋକମାନେ କୌଣସି ପ୍ରକାରର ବି ପ୍ରଭାବିତ ହେବେନାହିଁ ବୋଲି, ଭାରତର ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି ।
ହର୍ଷବର୍ଦ୍ଧନ ନିକଟରେ ବଂଲାଦେଶର ରାଜଧାନୀ ଢାକାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ଏନଆରସି ସମ୍ପୂର୍ଣ୍ଣ ଭାବେରେ ଭାରତର ଅନ୍ତରୀଣ ମାମଲା ଏବଂ ଏଥିପାଇଁ ବାଂଲାଦେଶ ବାସୀ ଭୟବୀତ ହେବା ଆବଶ୍ୟକ ନାହିଁ ।
ଭାରତ ସହିତ ବାଂଲାଦେଶର ସମ୍ପର୍କ ଭଲ ଥିବାରୁ ଏନଆରସି ପାଇଁ ବାଂଲାଦେଶ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ହର୍ଷବର୍ଦ୍ଧନ ଭାରତ ପକ୍ଷରୁ ବାଂଲାଦେଶକୁ ଆଶ୍ୱାସନା ଦେଇଛନ୍ତି ।
ସୂଚନା ଅନୁସାରେ ଚଳିତ ମାର୍ଚ୍ଚ ମାସ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଂଲାଦେଶ ଗସ୍ତ କରିବେ । ମୋଦୀଙ୍କ ଏହି ଗସ୍ତ ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ଅଧିକ ଦୃଢ କରିବ ବୋଲି ଭାରତର ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ମତ ଦେଇଛନ୍ତି ।