ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁ ଯୋଡି ହୋଇ ଯାଇଛି ନୂଆ ରେକର୍ଡ । ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ହାରିଥିଲେ ମଧ୍ୟ ଧୋନୀ ଏକ ମାଇଲଖୁଣ୍ଟ ପାର କରିଛନ୍ତି । ଶେଷ ଟି-୨୦ ମ୍ୟାଚଟି ଧୋନୀଙ୍କର ୩୦୦ତମ ମ୍ୟାଚ ଥିଲା । ଯାହାକି ପ୍ରଥମ ଭାରତୀୟ ଭାବରେ ସେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମ୍ୟାଚ ଖେଳିଛନ୍ତି । ପୂର୍ବରୁ କୌଣସି ଭାରତୀୟ ଖେଳାଳି ଏହି ମାଇଲଖୁଣ୍ଟ ପାର କରି ନାହାଁନ୍ତି । ତେବେ ଧୋନୀ ବିଶ୍ୱର ଦ୍ୱାଦଶ ଖେଳାଳି ଭାବରେ ଏହି ମାଇଲଖୁଣ୍ଟକୁ ଅତିକ୍ରମ କରିଛନ୍ତି । ଇଂଲଣ୍ଡ ଖେଳାଳି ଲୁକ ରାଇଟ ମଧ୍ୟ ୩୦୦ ମ୍ୟାଚ ଖେଳିଛନ୍ତି । ଏଣୁଧୋନୀ ତାଙ୍କ ସହ ଯୁଗ୍ମଭାବରେ ଦ୍ୱାଦଶ ସ୍ଥାନରେ ରହିଛନ୍ତି ।
ଧୋନୀ ୩୦୦ଟି ମ୍ୟାଚ ଖେଳି ୩୮.୩୫ ହାରରେ ୬୧୬୬ କରିଛନ୍ତି । ଏଥି ମଧ୍ୟରେ ୨୪ଟି ଅର୍ଦ୍ଧଶତକ ରହିଛି । ମାତ୍ର ଧୋନୀ ଟି-୨୦ରେ ଗୋଟିଏ ମଧ୍ୟ ଶତକ ହାସଲ କରି ନାହାଁନ୍ତି । ତେବେ ଧୋନୀ ଟି-୨୦ରେ ଜଣେ ଦକ୍ଷ ଖେଳାଳି ଭାବରେ ତାଙ୍କର ନାଁ ରହିଛି । ସେ ଏକାକି ବହୁତ ଥର ଦଳକୁ ବିଜୟ କରିଥିବା ମଧ୍ୟ ନଜିର ରହିଛି । ଭାରତୀୟ ଦଳର ଏହି ଏହି ପୂର୍ବତନ ଅଧିନାୟକ ଟେଷ୍ଟରୁ ସନ୍ୟାସ ନେଇଥିବା ବେଳେ ଦିନିକିଆ ଏବଂ ଟି-୨୦ ଖେଳ ଜାରି ରଖିଛନ୍ତି । ଦଳରେ ଜଣେ ଅଭିଜ୍ଞ ଖେଳାଳି ଭାବରେ ତାଙ୍କର ବହୁତ କ୍ଷାତି ରହିଛି ।
ସେପଟେ ଧୋନୀଙ୍କ ପଛକୁ ରହିଛନ୍ତି ଭାରତୀୟ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା । ସେ ୨୯୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ରୋହିତ ମଧ୍ୟ ଏକ୍ଷେତ୍ରରେ ବିଶ୍ବର ତ୍ରୟୋଦଶ ଖେଳାଳି ହୋଇଥିଲା ବେଳେ ସୁରେଶ ରାଇନା (୨୯୬ ମ୍ୟାଚ୍) ଏବଂ ଦୀନେଶ କାର୍ତିକ (୨୬୦ଞ୍ଚ) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଭାରତୀୟ ରହିଛନ୍ତି। ତେବେ ସର୍ବାଧିକ ଟେଣ୍ଟି-୨୦ ମ୍ୟାଚ୍ ଖେଳିବାର କୀର୍ତିମାନ ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର କିରଣ ପୋଲାର୍ଡଙ୍କ ନାମରେ ରହିଛି। ପୋଲାର୍ଡ ୪୪୬ ମ୍ୟାଚ୍ ଖେଳି ସର୍ବକାଳୀନ କୀର୍ତିମାନ ନିଜ ନାମରେ ରଖିଛନ୍ତି। ସେ ୨୯.୯୭ ହାରରେ ୮୭୫୩ ରନ୍ କରିଥିଲା ବେଳେ ସେଥିରେ ୪୩ ଅର୍ଧଶତକ ସାମିଲ ରହିଛି।