ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଯୁଦ୍ଧ ରୂପ ନେବାକୁ ଯାଉଛି । ଏମିତିକି ଇରାନ ମସଜିଦରେ ନାଲି ପତାକା ମାରି ଏକ ପ୍ରକାର ଯୁଦ୍ଧ ଡାକରା ଦେଇ ସାରିଲାଣି । ଆମେରିକାର ଆକ୍ରମଣରେ ଇରାନ ସେନାମୁଖ୍ୟ କାସିସ ସୁଲେମାନଙ୍କ ମୃତ୍ୟୁ ପରେ ଏବେ ଦୁଇ ଦେଶ ବିବାଦୀୟ ବୟାନ ଦେବାରେ ଲାଗି ପଡିଛନ୍ତି । ତେବେ ଏହି ଭିତରେ ଇରାନର ଏକ ସସ୍ଥା ଘୋଷଣା କରିଛି ଟ୍ରମ୍ପଙ୍କ ମୁଣ୍ଡ କାଟିଲେ ୫୭୬ କୋଟି ଅର୍ଥାତ ୮୦ ମିଲିୟନ ଡଲାର ଦେବାକୁ ଘୋଷଣା କରିଛି ।
ଆଉ ସବୁଠାରୁ ବଡକଥା ହେଲା ଇରାନର ଏହି ସସ୍ଥା ପ୍ରତ୍ୟକ ନାଗରିକଙ୍କୁ ୧ ଡଲାର ଲେଖାଏଁ ଦେବାକୁ ନିବେଦନ କରିଛି । ଗତ ଶୁକ୍ରବାର ଦିନ ଆମେରିକା ଇରାକରେ ଡ୍ରୋନ ଆକ୍ରମଣ କରିଥିଲା । ଆକ୍ରମଣରେ ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇରାନର କୁର୍ଦୁସ ସେନା ମୁଖ୍ୟ ବା ରେଭଲ୍ୟୁସନାରି ଗାର୍ଡ କମାଣ୍ଡର କାସିମ ସୁଲେମାନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଇରାନ ପକ୍ଷରୁ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଉପରେ ରକେଟ୍ ମାଡ କରାଯାଇଥିଲା ।