ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମୁମ୍ବାଇ ବ୍ଳାଷ୍ଟର ମାଷ୍ଟର ମାଇଣ୍ଡ ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦକୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧି କୋର୍ଟ ୧୧ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛି ।
ଟେରର ଫଣ୍ଡିଙ୍ଗ ବା ଆତଙ୍କବାଦୀ ସଂଗଠନ ଗୁଡିକୁ ଅର୍ଥ ଯୋଗାଇବା ଓ ଅନ୍ୟ୍ରାନ ଅପରାଧରେ ହାଫିଜ୍ ସଇଦକୁ ପାକିସ୍ତାନ ୧୧ବର୍ଷ ଜେଲ ଦଣ୍ଡ ଶୁଣାଇଛି । ପାକିସ୍ତାନର ଆତଙ୍କବାଦ ବିରୋଧି କୋର୍ଟ ଦୁଇଟି ଅଲଗା ଅଲଗା ମାମଲା ପାଇଁ ସାଢେ ୫ ବର୍ଷ ଲେଖାଏଁ କାରଦଣ୍ଡ ସହ ୧୫ହଜାର ଟଙ୍କା ଲେଖାଏଁ ଜରିମାନାର ଦଣ୍ଡ ଶୁଣାଇଛି ।
ଅନ୍ୟପଟେ ପାକିସ୍ତାନରେ ଏହି ସବୁ ଠିକ ଏହି ସମୟରେ ହେଉଛି ଯେତେବେଳେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା ଏବଂ ପାକିସ୍ତାନରେ ଆତଙ୍କବାଦୀଙ୍କୁ ଉଚିତ ଦଣ୍ଡ ଦିଆଯାଉନଥିବା ଅଭିଯୋଗରେ FATF ବା ଫାଇନାନ୍ସସିଆଲ ଆକ୍ସନ ଟାକ୍ସ ଫୋର୍ସ ପକ୍ଷରୁ ପାକିସ୍ତାନକୁ ବ୍ଳାକ ଲିଷ୍ଟେଡ୍ କରାଯିବା ପାଇଁ ସତର୍କ କରାଇ ଦିଆଯାଇଛି ।
ତେବେ ହାଫିଜ୍ ସଇଦକୁ ସଜା ମିଳିବା ଭାରତ ପାଇଁ ମଧ୍ୟ ଏକ ପ୍ରକାର ବିଜୟ କୁହାଯାଇପାରେ । 26/11 ମୁମ୍ବାଇ ବ୍ଳାଷ୍ଟ ପରେ ଭାରତ ଏହି କୁଖ୍ୟାତ ଆତଙ୍କବାଦୀକୁ ଧରି ଦଣ୍ଡ ଦେବାକୁ ବହୁ ଚେଷ୍ଟା ଚଳାଇଥିଲା ।
A Pakistan court convicts Jamat-ud-Dawa chief (JuD) Hafiz Saeed for 5 years in terror financing cases. (file pic) pic.twitter.com/NeokVilX4p
— ANI (@ANI) February 12, 2020