ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗକୁ ନେଇ ଏବେ ବେଶି ଚିନ୍ତାରେ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଚାରିଆଡୁ ନିରାଶ ହେବା ପରେ ଇମ୍ରାନ ଏବେ କୂଟନୀତି ଆପଣାଇଛନ୍ତି । ତା ପୁଣି ନିଜ ଜନତାଙ୍କ ସହିତ । ପାକିସ୍ତାନବାସୀଙ୍କୁ ଭାରତ ବିରୋଧରେ ଉସକାଉଛନ୍ତି । ଯାହାର ପ୍ରମାଣ ମିଳିଛି କାଶ୍ମୀରରୁ ୩୭୦ ପ୍ରତିବାଦରେ ପାକିସ୍ତାନରେ ଅଧଘଣ୍ଟା ଚକା ଜାମରୁ । ଅଧଘଣ୍ଟା ପାକିସ୍ତାନ ବନ୍ଦକୁ ନେଇ ଏବେ ଖୋଦ ପାକିସ୍ତାନବାସୀ ଇମ୍ରାନଙ୍କୁ ପ୍ରଶ୍ନ କରିବା ଆରମ୍ଭ କରି ସାରିଲେଣି ।
ଗତକାଲି ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ସବୁ ପାକିସ୍ତାନୀ ଏକାଠି ହେବାକୁ ସେ ଆୱାନ କରିଥିଲେ । ସମସ୍ତେ ବାହାରକୁ ଆସି ଅଧ ଘଣ୍ଟା ପାକିସ୍ତାନ ବନ୍ଦ କରିବାକୁ ଘୋଷଣା କରିଥିଲେ । ତେବେ ଏହାକୁ ନେଇ ପାକିସ୍ତାନର ଜଣେ ଜଣାଶୁଣା ଲେଖକ ସମାଲୋଚନା କରିଛନ୍ତି । ବାହାରେ ଛିଡା ହୋଇଥିବା ଲୋକ ମାନଙ୍କୁ ସେ ବୋକା ବୋଲି କହିଛନ୍ତି ।
ସେହିଭଳି ଆଉ ଏକ ସ୍ଥାନରେ ପାକିସ୍ତାନ ପତାକା ଧରି କିଛି ଯୁବକ ରାସ୍ତା ଅବରୋଧ କରିଥିଲେ । ମାତ୍ର ବିପରୀତ ଦିଗରୁ ଆସୁଥିବା ଗାଡିମାନେ ଏହା ମାନୁ ନଥିଲେ । ଅନ୍ୟପଟେ ଆଜି ଆସାମରେ ଏନଆରସି ତାଲିକା ପ୍ରକାଶ ପାଇଛି । ୧୯ ହଜାରରୁ ଅଧିକ ଲୋକଙ୍କର ଏହି ତାଲିକାରେ ନାମ ନାହିଁ । ଭାରତରୁ ଅନୁପ୍ରବେଶ କାରୀଙ୍କୁ ତଡିବା ପାଇଁ ଏହି ତାଲିକା ପ୍ରକାଶ ପ୍ରସ୍ତୁତ କରାଯାଇଛି ।