ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ ଆଜି ତାର ସ୍ୱାଧୀନତା ଦିବସ ପାଳନ କରୁଛି । କିନ୍ତୁ ପ୍ରତ୍ୟେକ ଥର ଭଳି ଏଥର ପାକ୍ ଅଧିକାରୀ ପକ୍ଷରୁ ଅଟାରୀ ୱାଘା ବର୍ଡରରେ ମିଠା ପହଁଚି ନାହିଁ । କାରଣ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବାକୁ ନେଇ ପାକିସ୍ତାନ ବିଗିଡି ଯାଇଛି । ଏହାସହିତ ଏହାକୁ ବିରୋଧ ସ୍ୱରୂପ ଇଂଟରନ୍ୟାସନାଲ ବର୍ଡରରେ ପାକିସ୍ତାନ ଧାର୍ମିକ ଉତ୍ସବ ଅବସରରେ ଭାରତ ସହିତ ହେବାକୁ ଥିବା ମିଠା ଆଦାନ ପ୍ରଦାନ ରେ ବି ରୋକ ଲଗାଇଛି ।
ଭାରତ-ପାକିସ୍ତାନକୁ ବିଭାଜିତ କରୁଥିବା ଅଟାରୀ ୱାଘା ସୀମାରେ ସୋମବାର ବକ୍ରି-ଇଦ୍ ଅବସରରେ ସୀମାରେ ସୁରକ୍ଷା ବଳକୁ ମିଠା ପ୍ରଦାନ କରଯାଇନଥିଲା । ମାତ୍ର ଏହି ପବିତ୍ର ଇଦ୍ ଅବସରରେ ବିଏସଏଫ୍ ଅଧିକାରୀ ଭାରତ-ପକିସ୍ତାନ ମଧ୍ୟରେ ମିଠା ଆଦାନ ପ୍ରଦାନ ପାଇଁ ପାକିସ୍ତାନ ରେଞ୍ଜର ଅଧିକାରୀଙ୍କ ନିମନ୍ତ୍ରଣକୁ ଅପେକ୍ଷା କରିଥିଲେ । କିନ୍ତୁ ପାକିସ୍ତାନ ରେଞ୍ଜର ଅଧିକାରୀ ଏହି ସମ୍ବନ୍ଧରେ କୌଣସି ସନ୍ଦେଶ ପଠାଇନଥିଲେ ।