ନୂଆ ଦିଲ୍ଲୀ():ଗତ କିଛିଦିନ ପୂର୍ବରୁ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅସୁସ୍ଥତା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ଓ ତାଙ୍କ କୋରୋନା ରିପୋର୍ଡ ପଜିଟିଭ ଆସିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ କୌଣସି ସୁଧାର ଆସିନାହିଁ। ମସ୍ତିଷ୍କରେ ଅସ୍ତ୍ରୋପଚାର ପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଅଛି। ତେଣୁ ତାଙ୍କୁ ଭେଣ୍ଟି ଲେଟରରେ ରଖାଯାଇଛି ବୋଲି ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ପକ୍ଷରୁ ଗତ ବୁଧବାର ପ୍ରେସ କନ୍ଫେରେନ୍ସରେ କୁହାଯାଇଛି। ଗତ ସୋମବାର ଦିନ ୮୪ ବର୍ଷୀୟ ରାଷ୍ଟ୍ରପତି ମୁଖାର୍ଜୀଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ମସ୍ତିଷ୍କରେ ହୋଇଥିବା ରକ୍ତ ଜମାଟ(ବ୍ଲଡ କ୍ଲଟ)କୁ ବାହାର କରାଯାଇଥିଲା। ହସ୍ପିଟାଲ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ପୂର୍ବତନ ରାଷ୍ଟ୍ରପତି ହେମୋଡାଇନାମିକାଲି ସ୍ଥିର ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।
ମେଡିକାଲର ଏକ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ପ୍ରତି ଏକ ଘଣ୍ଟାରେ ତାଙ୍କ ପାଇଁ ଚିକିତ୍ସା ଜାରି ରଖିଛନ୍ତି । ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା ଯାହାକି ପଜିଟିଭ ଆସିଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏହାକୁ ନେଇ ତାଙ୍କ ଝିଅ ଶର୍ମିଷ୍ଠା ବୁଧବାର ଟୁଇଟ୍ କରି ଦୁଖ ପ୍ରକାଶ କରିଛନ୍ତି ଓ ଏକ ବର୍ଷ ତଳର ଖୁସିକୁ ମନେ ପକାଇ ଆଜି ସେହି ପରି ଖୁସି ନାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ପୂର୍ବରୁ ତାଙ୍କ ପିତାଙ୍କୁ ଭାରତ ରତ୍ନ ସମ୍ମାନରେ ଅଧିକୃତ କରାଯାଇଥିଲା କିନ୍ତୁ ଆଜି ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ଗତ ଅଗଷ୍ଟ ୮ ତାରିଖରେ ମୋ ବାପା ଭାରତରତ୍ନ ପୁରଷ୍କାର ଗ୍ରହଣ କରିଥିବାରୁ ମୁଁ ଅଧିକ ଖୁସି ଥିଲି ହେଲେ ଆଜି ଠିକ ବର୍ଷକ ପରେ ଅଗଷ୍ଟ ୧୦ରେ ସେ ଗୁରୁତର ଅସୁସ୍ଥ । ଭଗବାନ ମୋତେ ଶକ୍ତି ଦିଅନ୍ତୁ। ମୋ ପରିବାର ପାଇଁ ଯେଉଁମାନେ ଦୁଃଖ ଓ ଉଦବେଗ ପ୍ରକାସ କରୁଛନ୍ତି ସେମାନଙ୍କୁ ମୋର ଧନ୍ୟବାଦ। ରାଷ୍ଟ୍ରପତିଙ୍କ ଆରୋଗ୍ୟ କାମନା କରି ପଶ୍ଟିମବଙ୍ଗର ବୀରଭୂମିରେ ଝାପେଶ୍ୱର ଶିବ ମନ୍ଦିରରେ ଯଜ୍ଞ କରାଯାଉଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅନେକ ସମ୍ମାନୀୟ ପଦବୀରେ ଆଭୁଷିତ ଅଟନ୍ତି ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ସେ ଦେଶର ୧୩ତମ ରାଷ୍ଟ୍ରପତି ଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024