ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନା ଦ୍ୱାରା ସର୍ଜିକାଲ ଷ୍ଟ୍ରାଇକ ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଏବେ ପୁଣି ପିଓକର ତୋପୋ ରେ ଆତଙ୍କି ଲଞ୍ଚପ୍ୟାଡକୁ ଧ୍ୱଂସ କରିଛି ଭାରତୀୟ ବାୟୁସେନା । ମାତ୍ର ଏହାକୁ ସ୍ୱୀକାର କରୁନାହିଁ ପାକ୍ । ଏନେଇ ପାକ୍ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମୋହମ୍ମଦ ଫ୍ୟାସଲ କହିଛନ୍ତି , ଭାରତ ମିଡିଆର ଏହି ରିପୋର୍ଟକୁ ପାକ୍ ଖାରଜ କରୁଛି । ଯେଉଁଥିରେ କୁହାଯାଇଛି ଏଲଓସି ନିକଟବର୍ତ୍ତି ପିଓକେରେ ଆତଙ୍କି ଲଞ୍ଚ ପ୍ୟାଡକୁ ଧ୍ୱଂସ କରାଯାଇଛି ।
ସେ କହିଛନ୍ତି କି , ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପି-୫ (ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ର ସ୍ଥାୟୀ ସଦସ୍ୟ) ର ଦେଶକୁ ପାକ୍ ଡକାଇଛି । ଏମାନଙ୍କୁ ଏଥିପାଇଁ ଡକାଯାଇଛି କାରଣ ଏମାନେ ଭାରତକୁ ଆଗ୍ରହ କରିବେ ଯେ ଆତଙ୍କି ଲଞ୍ଚ ପ୍ୟାଡ୍ ବିଷୟରେ ଜରୁରୀ ସୂଚନା ଦିଆଯାଉ ।
ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମାରେ ଏବେ ବି ଅସନ୍ତୋଷ ଜାରି ରହିଛି । ପାଖାପାଖି ଏକ ମାସ ହେବ ଗୁଳିବର୍ଷଣ ହେବା ସହ ସେନା ପୋଷ୍ଟ ସମ୍ବେଦନଶୀଳ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ଗତ ରବିବାର ଦିନ ହିରାନଗର ସେକ୍ଟର ସୀମାବର୍ତ୍ତି ମନିୟାରୀ ଗାଁର ଲୋକେ ପାକ୍ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଏନେଇ ପାକ୍ କୁ କଡା ଯବାବ ଦେବା ପାଇଁ କେନ୍ଦ୍ରସରକାରଙ୍କୁ ଦାବି କରାଯାଇଛି ।