ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ କରୋନା ଭାଇରସର ଭୟ ଗ୍ରାସ କରିବାରେ ଲାଗିଛି । ଏହି ଭୟଙ୍କର ଭାଇରସ ପାଇଁ ଗ୍ଳୋବାଲ ଏମର୍ଜେନ୍ସି ମଧ୍ୟ ଜାରି କରାଯାଇଛି ।
ଚୀନରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଯଥା ସମ୍ଭବ ପ୍ରୟାସ କରି ଗତକାଲି ୩୨୪ଜଣକୁ ଭାରତ ଫେରାଇ ଅଣାଯାଇଛି ।
କିନ୍ତୁ ଚୀନରେ ଏବେ ମଧ୍ୟ ଫସି ରହିଛନ୍ତି ପାକିସ୍ତାନର ବହୁ ଛାତ୍ରଛାତ୍ରୀ । ପାକିସ୍ତାନୀ ଛାତ୍ରଛାତ୍ରୀମାନେ କରୋନା ଭଳି ଭୟଙ୍କର ଭାଇରସ ଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ପାକିସ୍ତାନ ସରକାରଙ୍କୁ ସହାୟତା ମାଗିଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ କୌଣସି ପ୍ରକାରର ସହାୟତା ପହଞ୍ଚି ପାରିନି ।
ଚୀନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ସମୟର ଭିଡିଓ କରି ପାକିସ୍ତାନୀ ଛାତ୍ରଛାତ୍ରୀ ବିଭିନ୍ନ ଗଣମାଧ୍ୟମରେ ଛାଡିଥିଲେ ଏବଂ ପାକିସ୍ତାନ ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଏତେ ସତ୍ତ୍ୱେ ବି ପାକିସ୍ତାନର ଚେତା ପସିନି ।