ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସବୁବେଳେ ବାଦ ବିବାଦରେ ଘେରି ହୋଇ ରହିଥିବା ପାକିସ୍ତାନ ସରକାରକୁ ଆଉ ଗୋଟିଏ ବଡ ଝଟକା ଲାଗିଛି । ନିଜ ଦେଶର ଲୋମମାନେ ହିଁ ସନ୍ତୁଷ୍ଟ ନୁହନ୍ତି ଇମ୍ରାନ ଖାନଙ୍କ ଉପରେ ।
ସର୍ବଦା ନିଜ ଦେଶରେ ସବୁ କିଛି ଠିକ୍ ଥିବା ଓ ଦେଶବାସୀ ପାକିସ୍ତାନର ସରକାର ଉପରେ ବହୁତ ସନ୍ତୁଷ୍ଟ ଥିବା କହି ଆସୁଥିବା ଇମ୍ରାନ ଖାନ ଏବେ ଅଡୁଆରେ ।
ଅଧାରୁ ଅଧିକ ପାକିସ୍ତାନୀ ନାଗରିକଙ୍କ ମତରେ ତାଙ୍କ ଦେଶରେ ସଠିକ୍ ରାସ୍ତାରେ ଗତି କରୁନାହିଁ । ଏଥିପାଇଁ ପାକିସ୍ତାନର କୌଣସି ପ୍ରକାରର ଆଖି ଦୃଶିଆ ଉନ୍ନତି ହୋଇପାରୁନାହିଁ ।
ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାଇ ୬୨ ପ୍ରତିଶତ ଲୋକ ଇମ୍ରାନ ଖାନ୍ ଙ୍କ ସରକାର ଉପରେ ସନ୍ତୁଷ୍ଟ ନୁହନ୍ତି । ସେପଟେ ମାତ୍ର ୩୮ ପ୍ରତିଶତଙ୍କ ଏବେବି ଇମ୍ରାନ ଖାନଙ୍କୁ ସମର୍ଥନ କରୁଛନ୍ତି ।
ନିଜ ଦେଶରେ ଆତଙ୍କବାଦକୁ ବଢାଉଥିବା ପାକିସ୍ତାନ ସରକାରକୁ ନିଜ ଦେଶର ଲୋକ ହିଁ ବିରୋଧ କରୁଛନ୍ତି । ତଥାପି ମଧ୍ୟ ଦୁନିଆର ସବୁଠାରୁ ଅଧିକ ଆତଙ୍କବାଦ କେବଳ ପାକିସ୍ତାନରୁ ହିଁ ହୋଇଥାଏ ।