ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏହି କଥା ପଢିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ନିଶ୍ଚୟ । କଥାଟି ଆପଣଙ୍କର କେବେ ହେଲେ ସହଜରେ ବିଶ୍ୱାସ ହେଉ ନଥିବ କାହିଁକି ନାଁ ସାଧାରଣତଃ ଆପଣମାନେ ଜାଣିଛନ୍ତି ଆମ ଦେଶରେ ଓ ରାଜ୍ୟରେ ପିଲା ଜନ୍ମକଲେ ସରକାର ସାହାର୍ଯ୍ୟ କରିଥାନ୍ତି । ମାତ୍ର ଏତେ ଟଙ୍କା କେବେ ହେଲେ ନୁହେଁ । ହେଲେ ବିଶ୍ୱରେ ଏମିତି ଗୋଟେ ଗାଁ ଅଛି ଯେଉଁଠି ପିଲାଟିଏ ଜନ୍ମକଲେ ବାପା ମାଙ୍କୁ ୭ ଲ କ୍ଷ ୮୬ ହଜାର ଟଙ୍କା ପୁରସ୍କାର ଦିଆଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ ପୁରା ରିପୋର୍ଟ ।
ଏହି ଗାଁଟି ରହିଛି ଫିନଲ୍ୟାଣ୍ଡରେ । ଯେଉଁ ଗାଁର ନାଁ ରହିଛି ଲେଷ୍ଟିଜାରୱି । ସୂଚନା ଅନୁସାରେ ଏହି ଗାଁଟିରେ ମାତ୍ର ୮୦୦ ଲୋକ ବସବାସ କରନ୍ତି । ଏହି ଗାଁ ଟି ଏକ ଛୋଟିଆ ଗାଁ । ଗାଁ କୁ ବଢାଇବା ପାଇଁ ଏହି ନୂଆ ଯୋଜନା ଗ୍ରାମରେ ଆରମ୍ଭ ହୋଇଥିବା ଜଣା ପଡିଛି । ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଏହି ଯୋଜନା ୨୦୧୩ ମସିହାରେ ଆରମ୍ଭ ହୋଇଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ୬୦ ଜଣ ପିଲା ଜନ୍ମ ହୋଇଛନ୍ତି ।