ଲଣ୍ଡନ(ଏଟିଆର ବ୍ୟୁରୋ): ମଦ ବ୍ୟବସାୟୀ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିଲେ । ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ବିଜୟ ମାଲ୍ୟା କୋର୍ଟରେ ହାଜର ହୋଇଛନ୍ତି ।
କାଲି ଅର୍ଥାତ୍ ଫେବୃଆରୀ ୧୩ ତାରିଖରେ ଶୁଣାଣୀ ପରେ ‘ରୟାଲ କୋର୍ଟ ଅଫ ଜଷ୍ଟିସ୍’ ବାହାରେ ସାମ୍ବାଦିକ ମାନଙ୍କୁ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ବିଜୟ ମାଲ୍ୟା କୋର୍ଟ ବାହାରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ମୁଁ ବ୍ୟାଙ୍କମାନଙ୍କୁ ହାତଯୋଡି ଅନୁରୋଧ କରୁଛି, ସେମାନେ ମତେ ଦେଇଥିବା ଋଣର ଶତପ୍ରତିଶତ ମୂଳ ଧନ ଅତିଶିଘ୍ର ଆସି ନେଇଯାଆନ୍ତୁ ।
ଇ୍ୟାଙ୍କ ଗୁଡିକର ଋଣ ପରିଷୋଧ କରିବାରେ ବିଜୟ ମାଲ୍ୟା ଖିଲାପ କରିଥିବାରୁ ତାଙ୍କ ବିରୋଧରେ ବ୍ୟାଙ୍କ ସଂଘ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ପରିବର୍ତ୍ତନ ନିର୍ଦ୍ଦେଶାଳୟ ବିଜୟ ମାଲ୍ୟାଙ୍କର ସମ୍ପତି ବ୍ୟାଜାପ୍ତ କରିଥିଲା ।
କିନ୍ତୁ ବିଜୟ ମାଲ୍ୟାଙ୍କ କହିବା ଅନୁସାରେ ସେ କୌଣସି ଅପରାଧ କରିନାହାନ୍ତି । ପ୍ରିଭେନସନ ଅଫ ମନି ଲଣ୍ଡ୍ରିଙ୍ଗ ଆକ୍ଟ ଅନୁସାରେ, ପରିବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର ସମ୍ପତି ଆଟାଚ୍ କରିବା ଅନୁଚିତ ବୋଲି ବିଜୟ ମାଲ୍ୟା କହିଛନ୍ତି ।