ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧନ୍ୟବାଦ ର ଜବାବ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, କରୋନାକୁ ମୁକାବିଲା କରିବାରେ ମନବତା ସହୟତା ପାଇଁ ଭାରତ ଯଥା ସମ୍ଭବ କାର୍ଯ୍ୟ କରିବ । ଭାରତ ହାଇଡ୍ରାକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ପାଇଁ ରାଜି ହେବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧନ୍ୟବାଦ ଉପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି କି, ରାଷ୍ଟ୍ରପତି ଟ୍ରମ୍ପ ମୁଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ଭାବେ ସହମତ ଅଛି । ଏଭଳି ଘଡି ସନ୍ଧି ମୁହୂର୍ତ୍ତ ବନ୍ଧୁଙ୍କ ନିକଟତର କରିଥାଏ । ଭାରତ-ଆମେରିକାର ବନ୍ଧୁତା ପୂର୍ବରୁ ମଜବୁତ ଅଛି । କୋଭିଡ୧୯ ମୁକାବିଲାରେ ମାନବତା ସହାୟତା ପାଇଁ ଭାରତ ଯଥା ସମ୍ଭବ କାର୍ଯ୍ୟ କରିବ ।
ହାଇଡ୍ରାକ୍ସିକ୍ଲୋରୋକ୍ୱିନକୁ କରୋନା ଭାଇରସ ସଂକ୍ରମଣର ସମ୍ଭାବିତ ଉପଚାର ବିକଳ୍ପ ଭାବେ ବ୍ୟବହାର କରାଯାଉଛି । ଏହି ଔଷଧ ଭାରତରେ ଅଧିକ ଉତ୍ପାଦନ ହେଉଛି । ଗତ ସପ୍ତାହରେ ମୋଦିଙ୍କୁ ଫୋନ୍ କରି ଟ୍ରମ୍ପ ଏହି ଔଷଧ ଉପରେ ଲାଗିଥିବା କଟକଣା ହାଟାଇବା ପାଇଁ ମୋଦିଙ୍କ ସହମତ ମାଗିଥିଲେ ।