ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନାର କାୟା ଜାଲରେ କବଳିତ । ବିଶ୍ୱର ଅଧାରୁ ଅଧିକ ଦେଶ ଏବେ ଲକ ଡାଉନରେ ରହିିଛି । ତେବେ ଭାରତ ମଧ୍ୟ ୨୧ ଦିନ ପାଇଁ ଲକ ଡାଉନରେ ରହିଛି । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ ଲକ ଡାଉନ ସମୟରେ ସମସ୍ତ ଜରୁରୀ ସେବା ଚାଲୁ ରହିବ । ଯାହା ଏବେ ଚାଲୁ ମଧ୍ୟ ରହିଛି । ତେବେ ଏହି ଭିତରେ ଏବେ ସବୁଠାରୁ ବଡ ସମସ୍ୟା ହେଲା ଟେଲିକମ ସେବା ଅର୍ଥାତ ମୋବାଇଲ ସେବା ।
ଯେହେତୁ ଏବେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ତେଣୁ ଏହି ସମୟରେ ସାଧାରଣ ଲୋକ ମୋବାଇଲ ଫୋନ ରିଚାର୍ଜ କରିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସମୟରେ ସମସ୍ତ ମୋବାଇଲ କମ୍ପାନୀ ଇନକମିଂ ସେବା ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲୁ ରଖନ୍ତୁ ବୋଲି ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଯାହା ଫଳରେ ଏହିଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ନିଜ ପରିବାର ଠାରୁ ଦୂରରେ ରହୁଥିବା ଲୋକ ସେମାନଙ୍କ ପରିବାର ସହିତ ଫୋନରେ ଯୋଗାଯୋଗରେ ରହି ପାରିବେ ।