ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ରିଟେନର ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବେ ଭାରତର ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଆସନ୍ତା ୧୯ ତାରିଖରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ୟାଦା ସହ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ଏଥିରେ ଯୋଗଦେବା ପାଇଁ ଶତାଧିକ ରାଷ୍ଟ୍ରକୁ ଅନୁରୋଧ କରାଯାଇଛି । ସେଥିରେ ଭାରତ ମଧ୍ୟ ରହିଛି । ସେଥିପାଇଁ ଭାରତର ରାଷ୍ଟ୍ରପତି ଦୌପଦି ମୁର୍ମୁ ଆସନ୍ତା ୧୭ ତାରିଖରେ ଲଣ୍ଡନ ଗସ୍ତରେ ଯିବେ ।