ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦୀର୍ଘ ୧୪ବର୍ଷ ଧରି କିଡିନୀ ରୋଗରେ ପୀଡିତ ଅଛନ୍ତି । ୧୩ ବର୍ଷ ତଳେ ଭାରତର ଆପୋଲ ହସ୍ପିଟାଲରେ ତାଙ୍କର ପୂର୍ବରୁ ଥରେ କିଡନୀ ପ୍ରତ୍ୟାରୋପଣ ହୋଇଥିଲା । ମାତ୍ର ଗତ ୪ମାସ ହେଲା ସେ ପୁଣି ଏହି ରୋଗ ଦ୍ୱାରା ଅସୁସ୍ଥ ଅଛନ୍ତି । ୪ମାସ ହେଲା ଓଲିଙ୍କ କିଡିନୀ କାମ କରିବା ବନ୍ଦ କରିଦେଇଛି ।
ବର୍ତ୍ତମାନ ପୁଣି ଥରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କିଡିନୀ ଟ୍ରାନ୍ସପ୍ଳାଣ୍ଟ କରାଯିବ । ଏଥିପାଇଁ ଗତକାଲି ଠାରୁ ତାଙ୍କୁ ନେପାଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଓଲିଙ୍କ ଏହି କିଡିନୀ ଟ୍ରାନ୍ସପ୍ଳାଣ୍ଟ ସର୍ଜରୀ ଏକ ବିଶିଷ୍ଟ ବିଶେଷଜ୍ଞ ଦଳ କରିବେ । ଡାକ୍ତରୀ ବିଶେଷଜ୍ଞଙ୍କ ଏହି ଟିମରେ ଭାରତର କିଛି ବିଶିଷ୍ଟ ଡାକ୍ତର ମଧ୍ୟ ଅଛନ୍ତି । ତେବେ କେବଳ ଭାରତୀୟ ଡାକ୍ତରଙ୍କ ସହାୟତାରେ ନୁହେଁ ଅନ୍ୟ ବହୁ ବଡ ବଡ ଦେଶର ସର୍ଜନ ମାନଙ୍କ ଦ୍ୱାରା ଓଲିଙ୍କର ଏହି ଅସ୍ତ୍ରୋଚାର କରାଯିବ ।