ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଗ୍ରୋବିୟେସସଙ୍କ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗ୍ରୋବିୟେସସଙ୍କୁ ଚିଠି ଲେଖି ଟ୍ରମ୍ପ କହିଛନ୍ତି କି , ଯଦି ଆଗାମୀ ୩୦ ଦିନ ମଧ୍ୟରେ ସଂଗଠନ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନଉଠାଉଛି, ତେବେ ଆମେରିକା ତାର ଫଣ୍ଡିଂକୁ ସ୍ଥାୟୀ ରୂପେ ରୋକି ଦେବ ।
ସାରା ଦୁନିଆରେ ବ୍ୟାପୁଥିବା କରୋନା ଭାଇରସ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାମକୁ ଦେଖି ଦୀର୍ଘଦିନ ହେବ ଆମେରିକା ସଂଗଠନ ପ୍ରତି ଅସନ୍ତୋଷ ପ୍ରକାଶ କରି ଆସୁଛି । ଏହାସହିତ ପୂର୍ବରୁ ଫଣ୍ଡିଂକ ଅସ୍ଥାୟୀ ରୂପେ ରୋକି ଦେଇଛି ।
ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ଡୋନାଲ୍ଡ ଟ୍ରମ୍ପ ଅନେକ ବୟାନ ଦେଇଛନ୍ତି । ସେ କହିଥିଲେ କି ସଂଗଠନର କାମରେ ସେ ଖୁସୀ ନୁହଁନ୍ତି । ଏହାସହିତ ସଂଗଠନ ଉପରେ ଚୀନ ପ୍ରତି ପକ୍ଷପାତି ହେବାର ଅଭିଯୋଗ କରିଥିଲେ ଟ୍ରମ୍ପ ।
ଆମେରିକା ଆହୁରି ମଧ୍ୟ ଅଭିଯୋଗ କରିଛି କି, ଚୀନର କହିବାନୁସାରେ ଦୁନିଆକୁ ମହାମାରୀ ବିଷୟରେ ବିଳମ୍ବରେ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁଏତ ଆମେରିକାର ଏଭଳି ଅଭିଯୋଗକୁ ଖାରଜ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
କରୋନା ଭାଇରସରେ ଏପର୍ଯ୍ୟନ୍ତ ଆମେରିକାରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ବି ସବୁଠୁ ଅଧିକ ।