କୋଣାର୍କ (ଏଟିଆର ବ୍ୟୁରୋ): ୩୦ତମ ଅର୍ନ୍ତଜାତୀୟ କୋଣାର୍କ ଉତ୍ସବର ଆଜି ହେଉଛି ଦ୍ୱିତୀୟ ସଂନ୍ଧ୍ୟା । ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅର୍ନ୍ତଜାତୀୟ କୋଣାର୍କ ଉତ୍ସବର ଉଦଘାଟନ କରିଥିଲେ । ଅନ୍ୟପଟେ ଅର୍ନ୍ତଜାତିକ ବାଲୁକା କଳା ଉତ୍ସବକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ଉଦଘାଟନ କରିଥିଲେ । ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଦେଶ ତଥା ବିଦେଶରୁ ବହୁ ସଂଖ୍ୟାକ ପର୍ଯ୍ୟଟକ ଆସିଥିବାର ଦେଖିବାକୁ ମିଳିଛି । ୫ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଓଡିଶୀ, କଥକଲୀ, ଭାରତନାଟ୍ୟମ, କୁଚିପୁଡି, ମୋହିନିଅଟ୍ଟମ, କଥକ ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ । ଗତକାଲି ସଂନ୍ଧ୍ୟାର ପ୍ରାରମ୍ଭରୁ ଆଦିତ୍ୟ ନାରାୟଣଙ୍କ ସଂଯୋଜନାରେ ନୃତ୍ୟ ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।
ଅନ୍ୟେପଟେ ଚନ୍ଦ୍ରଭାଗାଠାରେ ଆୟୋଜିନ କରାଯାଇଥିବା ଅର୍ନ୍ତଜାତିକ ବାଲୁକା କଳା ଉତ୍ସବରେ ୪୧ଟି ଷ୍ଟଲ ପଡିଥିବା ଦେଖିବାକୁ ମିଳୁଛି । ଏହି ମହୋତ୍ସବରେ ଭାରତ ସମେତ ଛଅଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି । ଏହି ସବୁ ବାଲୁକା କଳାକୁ ଦେଖିବା ସହ ସଂନ୍ଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯାଉଥିବା ନୃତ୍ୟକୁ ଦେବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି । ସେହିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମଗ୍ର କୋଣାର୍କକୁ ବିଭିନ୍ନ ଆର୍କଷଣୀୟ ତୋରଣ ସମେତ ରଙ୍ଗୀନ ଲାଇଟରେ ସଜା ଯାଇଥିବା ଦେଖିବାକୁ ମିଳୁଛି ।