ବରଗଡ (ଏଟିଆର ବ୍ୟୁରୋ); ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଶିକ୍ଷକ । ତେବେ ସ୍ଥାନୀୟ ଲୋକ ଏହି ଭିଡିଓକୁ ଉଠାଇ ଭାଇରାଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ପିଡିତା ଛାତ୍ରୀ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି । କୁଚିଣ୍ଡା ଥାନା ଅନ୍ତର୍ଗତ ବାଉରୀଗୁଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଅଭିଯୁକ୍ତ ଶିକ୍ଷକ ହେଲେ ବାଉରୀଗୁଡା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖର୍ସେଲ ।
ସୂଚନା ଅନୁଯାୟୀ, ପ୍ରମୋଦ ସାର ସମ୍ବଲପୁରୀ ଆଲବମରେ ନିର୍ଦ୍ଦେଶନା ଏବଂ ପ୍ରଯୋଜନା କରନ୍ତି । ଛାତ୍ରୀଙ୍କୁ ସୁଟିଂ ଦେଖାଇ ନେବା ପାଇଁ ବରଗଡ ନେଉଥିଲେ ପ୍ରମୋଦ । ବାଟରେ ଜଙ୍ଗଲ ରାସ୍ତାରେ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରୁଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ମୋବାଇଲରେ ସୁଟିଂ କରିଥିଲେ । ଉଭୟ ଶିକ୍ଷକ ଏବଂ ଛାତ୍ରୀ ସ୍ଥାନୀୟ ଲୋକଙ୍କୁ ଦେଖି ଡରିଯାଇଥିଲେ ।
ତେବେ ଛାତ୍ରୀ ଜଣକ ମୁହଁରେ ହାତ ଦେଇ ଠିଆ ହୋଇଥିବା ବେଳେ ପ୍ରମୋଦ ସ୍ଥାନୀୟ ଲୋକଙ୍କ ସହ ଝଗଡା କରିଥିଲେ । ତେବେ ଏହି ଭାଇରାଲ ଭିଡିଓ ଦେଖିବା ପରେ କେତେକ କହିଛନ୍ତି କି ଉଭୟ ଲୋକଙ୍କୁ ଦେଖିବା ପରେ ଡରିଯାଇଥିଲେ । ଆଗରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଥିଲା । ତେବେ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଭାଇରାଲ ଭିଡିଓକୁ ନେଇ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସର ତଦନ୍ତ ପରେ ସବୁ ସତ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।