ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି କରୋନା ଭାଇରସ ତାର କାୟା ମେଲାଇଛି । ଏଥିରେ ଅନେକ ଲୋକଙ୍କ ଜୀବନ ଗଲାଣି । ଇତିମଧ୍ୟରେ କରୋନା ଭାଇରସ ଯୋଗୁଁ ସ୍ପେନର ରାଜକୁମାରୀ ମାରିୟା ଟେରେସା ଅଫ୍ ବୋରମନ୍-ପରମାଙ୍କ ନିଧନ ଘଟିଛି ।
ମିଡିଆ ରିପୋର୍ଟ ମୁତାବକ, ସ୍ପେନର ଷଷ୍ଠ ରାଜା ଫେଲିପ୍ ଙ୍କ ଦାଦା ଝିଅ ଭଉଣୀ ହେଉଛନ୍ତି ମାରିୟା । ତାଙ୍କ ଭାଇ ରାଜକୁମାର ସକ୍ଟୋ ଏନରିକ ଡେ ବୋରବନ୍ ଫେସବୁକ୍ ରେ ମାରିୟାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି କରୋନା ଭାଇରସରେ ସଂକ୍ରମିତ ହେବା ଯୋଗୁଁ ତାଙ୍କ ଭଉଣୀଙ୍କର ମୃତ୍ୟୁ ଘଟିଛି ।
୧୯୩୩ ମସିହାରେ ଜନ୍ମିତ ରାଜକୁମାରୀ ମାରିୟା ଫ୍ରାନ୍ସରେ ତାଙ୍କ ପାଠ ପଢା ଶେଷ କରିଥିଲେ । ଏହାପରେ ସେ ପ୍ୟାରିସ ବିଶ୍ୱବିଦ୍ୟାଳୟରେ ସମାଜଶାସ୍ତ୍ରର ପ୍ରଫେସର ହୋଇଥିଲେ ।